/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700745534.jpg)
Conspiracy Of Husband To Take Life Away Of Wife And Daughter In Ganjam
ହତ୍ୟାକାଣ୍ଡର 'ସାପ' ଅସ୍ତ୍ର । ଘରେ ସର୍ପାଘାତରେ ମା’ଝିଅ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ବାପା ନିଜେ ସାପ ଲଗାଇ ମାଆ ଝିଅଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ । ଅଭିଯୁକ୍ତ ବାପା କେ. ଗଣେଶ ପାତ୍ରକୁ ପୋଲିସ ଗିରଫ କରିଛି ।
Advertisment
ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି । ସ୍ତ୍ରୀ ଘରେ ଶୋଇଥିବା ସମୟରେ ସ୍ୱାମୀ କୋଳଥିଆ ନାଗ ଛାଡ଼ି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)