• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଏବେ ୱେଲ୍‌ ମାର୍କଡ ଲୋ’ ପ୍ରେସରରେ ପରିଣତ ହୋଇଛି । ଆସନ୍ତାକାଲି ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । କ୍ରମଶଃ ଏହା ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବ । ପୁଣି ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ SRC ଚିଠି ଲେଖିଛନ୍ତି । ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ।

ଚାଷୀଙ୍କୁ ସତର୍କ କରାଇବାକୁ ଏସ୍‌ଆରସି କହିଛନ୍ତି । ବିଭିନ୍ନ ବିଭାଗର ସଚିବଙ୍କୁ ମଧ୍ୟ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।