/odishatv-khabar/media/post_attachments/uploadimage/library/16_9/16_9_0/GRS_Murder_1696406034.jpg)
GRS Murder
ପୁଣି ରକ୍ତ ରଞ୍ଜିତ ହେଲା ଗଞ୍ଜାମ। ବେଗୁନିଆପଡା ଥାନା କନିଆରିବାଡ଼ିର ଏକ କେନାଲ କଡ଼ ରାସ୍ତାରୁ ଉଦ୍ଧାର ହୋଇଛି ପଞ୍ଚାୟତ GRSଙ୍କ ମୃତଦେହ। ମୃତକ ସାନ ଉସ୍ତପଡା ପଞ୍ଚାୟତର GRS ସୁଶୀଲ କୁମାର ମହାନ୍ତି ବୋଲି ଜଣାପଡ଼ିଛି। ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ଭାଗରେ ଆଘାତ ଲାଗିଥିବାର ଦେଖିବାକୁ ମିଳିଛି।
Advertisment
ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)