/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700928644.jpg)
Killing wife, daughter
ପତ୍ନୀ ଓ ଝିଅକୁ ହତ୍ୟା ପାଇଁ ସାପ ଷଡ଼ଯନ୍ତ୍ର ଅଭିଯୋଗର ସାଂଘାତିକ ତଥ୍ୟ । ୩ ମାସ ତଳର ଯୋଜନା...୬ ସାପ ଧରାଳିଙ୍କ ସହ ଡିଲ୍... ବିଲକୁଲ୍ ଫୁଲ୍ ପ୍ରୁଫ୍ ପ୍ଲାନ୍ । ଅପରାଧ ଭିଆଇବାର ଉଦଭଟ ତରିକା ଆପଣାଇଥିବା ଗଞ୍ଜାମ କବିସୂର୍ଯ୍ୟନଗରର କେ.ଗଣେଶ ପାତ୍ରର ବିଷାକ୍ତ ସାପ ଫଣ୍ଡାର ଗୁମର ଖୋଲୁଛି ପୋଲିସ । ପୋଲିସର କହିବା କଥା ହତ୍ୟାର ୮ ଦିନ ପୂର୍ବରୁ ବିଷାକ୍ତ ସାପ କିଣିବାକୁ ନୂଆ ସିମ୍ ଆଣିଥିଲା କେ.ଗଣେଶ । ଆଉ ସେହି ସିମରେ ୬ ସାପ ଧରାଳିଙ୍କ ସହ ବିଷାକ୍ତ ସାପ ପାଇଁ ଆରମ୍ଭ କରିଥିଲା ଡିଲ୍ ।
ଶେଷରେ ବସନ୍ତ ଆଚାର୍ଯ୍ୟ ସହ ଡିଲ୍ ଫାଇନାଲ୍ ହୋଇଥିଲା ଏବଂ ପ୍ରମାଣକୁ ଲୁଚାଇବାକୁ ଯାଇ ସେହି ସିମକୁ ନଷ୍ଟ କରିବା ସହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ । ଏସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ-CDRରେ ଥିବା କହିଛି ଗଞ୍ଜାମ ପୋଲିସ୍ । ଆଉ ସେହି CDR ଆଧାରରେ ୬ ସାପ ଧରାଳିଙ୍କ ମଧ୍ୟରୁ ଗତକାଲି ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୫ ଜଣଙ୍କୁ ପୋଲିସ ସ୍କାନରରେ ରଖିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ୧୬୪ ବୟାନ ରେକର୍ଡ କରିବାକୁ ଯୋଜନା ରଖିଛି ପୋଲିସ ।
ତେବେ ନୂଆ SIMରେ ସାପ ଧରାଳିଙ୍କ ସହ କେମିତି କରୁଥିଲା ଡିଲ୍ ? କ’ଣ କହି କେ.ଗଣେଶ ସାପ ମାଗୁଥିଲା ସାପ ଧରାଳିଙ୍କୁ ? ବାସ୍ ଏଭଳି ଭାବେ ଛଅ ଛଅ ଜଣ ସାପ ଧରାଳିଙ୍କ ସହ ନୂଆ SIMରେ କଥା ହେଉଥିଲା ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ର । ଏ ହେଉଛନ୍ତି ସେହି ୬ ସାପ ଧରାଳିଙ୍କ ମଧ୍ୟରୁ ଜଣେ । ଯାହାଙ୍କ ନାଁ ଟୁନା ଡାକୁଆ । ଗତ ୩ରେ ତାଙ୍କୁ ଦେଖା କରିଥିଲା କେ.ଗଣେଷ । ତାଙ୍କୁ ଟଙ୍କା ବିନିମୟରେ ବିଷାକ୍ତ ସାପଟିଏ ଦେବାକୁ ନିବେଦନ କରିଥିଲା । କିନ୍ତୁ ସାପ ଦେବାକୁ ଟୁନା ରୋକଠୋକ୍ ମନା କରିଦେଇଥିବା କହିଛନ୍ତି ।
#୩_ମାସ_ତଳୁ_ବ୍ଲୁ_ପ୍ରିଣ୍ଟ_୬_ସାପ_ଧରାଳିଙ୍କ_ସହ_ଡିଲ୍
ପତ୍ନୀ ଓ ଝିଅକୁ ହତ୍ୟା ପାଇଁ ସାପ ଷଡ଼ଯନ୍ତ୍ର ଅଭିଯୋଗର ସାଂଘାତିକ ତଥ୍ୟ। ୩ ମାସ ତଳର ଯୋଜନା। ୬ ସାପ ଧରାଳିଙ୍କ ସହ ଡିଲ୍। ବିଲକୁଲ୍ ଫୁଲ୍ ପ୍ରୁଫ୍ ପ୍ଲାନ୍। #Odisha#Ganjam#Kabisuryanagar#OTVpic.twitter.com/LTlbBmV7R2— ଓଟିଭି (@otvkhabar) November 25, 2023
କଳ୍ପନା ବାହାରେ ସଂଘଟିତ ଏହି କାଣ୍ଡକୁ ନେଇ ଗତ ୩ ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଲାଗିରହିଛି ହଇଚଇ । ଏଠି ପ୍ରଶ୍ନ ଉଠୁଛି, ଅଭିଯୁକ୍ତ କେ.ଗଣେଷଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବାରେ ପୋଲିସ ସଫଳ ହୋଇପାରିବ ତ ? ଯେଉଁ ସାପକୁ ଆଣିଥିଲା କେ.ଗଣେଶ ସେହି ସାପ କାମୁଡ଼ାରେ ହିଁ ମା’, ଝିଅଙ୍କ ଜୀବନ ଗଲା ବୋଲି ପୋଲିସ କେମିତି ପ୍ରମାଣ କରିବ ?
ପୂର୍ବରୁ ସାପ ଷଡ଼ଯନ୍ତ୍ର କଥାକୁ ଅସ୍ୱୀକାର କରିଥିବା କେ.ଗଣେଷ, ପତ୍ନୀ ଓ ଝିଅକୁ ମାରିବା ଉଦ୍ଦେଶ୍ୟରେ ହିଁ ସାପ ଆଣିଥିଲା ବୋଲି ପୋଲିସ କୋର୍ଟରେ କି ପ୍ରମାଣ ଦେଖାଇବ ? ପ୍ରମାଣିତ ନହୋଇପାରିଲେ, ମାମଲାରୁ କେ.ଗଣେଷ ଖସିଯିବନି ତ ? କାରଣ ୨୦୧୨ରେ ବ୍ରହ୍ମପୁର ଗୋଇଲୁଣ୍ଡିରେ ସଂପତ୍ତି ପାଇଁ ପୁଅ ନିଜ ମା’କୁ ସାପ ବିଷର ଇଞ୍ଜେକ୍ସନ୍ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପ୍ରମାଣ ଅଭିଯୋଗରୁ ଖଲାସ ହୋଇଥିଲା ଅଭିଯୁକ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)