/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699952225.jpg)
Low Pressure likely to Form
ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଜଗତସିଂହପୁର, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ।
ଆସନ୍ତାକାଲି ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବା ପରେ ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ । ତେବେ ଆସନ୍ତା ୧୬ ତାରିଖରେ ଏହି ଅବପାତ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହେବ । ଓଡ଼ିଶା ଉପକୂଳ ନିକଟ ଦେଇ ଏହା ଗତି କରୁଥିବାରୁ ୧୬ ଓ ୧୭ ତାରିଖରେ ରାଜ୍ୟରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ ।
୧୬ ତାରିଖରେ ରାଜ୍ୟର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏହି ୩ ଜିଲ୍ଲା ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ।
ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୫ ତାରିଖରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇଛି । ଆସନ୍ତା ୧୬ ତାରିଖ ବେଳକୁ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।
ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ସେପଟେ ଉତ୍ତରରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ ସବୁଠି ଥଣ୍ଡା ପଡ଼ି ଗଲାଣି । ସକାଳୁ ମେଘୁଆ ପାଗ ରହୁଛି । ରାତିରେ ପାରଦର ସ୍ତର ମଧ୍ୟ କମିଛି । ବିଶେଷ ଭାବେ କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଥଣ୍ଡା ଅଧିକ ଅନୁଭୂତ ହେଉଛି । ଶୀତ ଆସିବା ପରେ ଲୋକଙ୍କ ଦିନଚର୍ଯ୍ୟାରେ ବି ଧିରେ ଧିରେ ପରିବର୍ତ୍ତନ ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)