ଭୁବନେଶ୍ୱର ମହର୍ଷି କଲେଜ କ୍ୟାମ୍ପସରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦାହ କରିଛି ।
ହାଇଟେକ୍ ଲାଇସେନ୍ସ ରଦ୍ଦ ଓ ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବିକୁ ନେଇ ତାତିଛି ଛାତ୍ର କଂଗ୍ରେସ । ସେପଟେ ହାଇଟେକ୍ ବିସ୍ଫୋରଣ ଘଟଣାକୁ ୧୧ ବିତିଥିଲେ ବି ମୃତକଙ୍କ ପରିଚୟକୁ ନେଇ ଏବେ ବି ଅସ୍ପଷ୍ଟ ରହିଛି ।
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଦାବିରେ ଜୋର ଧରିଲା ଦାବି । ଏନେଇ ଆଜି (ଗୁରୁବାର) କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି ।
କୌଣସି ବଜାର ନୁହେଁ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ପିଆଜ କେଜି ପିଛା ୮୦ ଟଙ୍କାରେ କିଣି ୨୦ ଟଙ୍କାରେ ବିକିଛି ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦାୟୀ କରି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।
କଟକ ସଦର ଖଣ୍ଡାଇତା ଅଂଚଳର ରାସ୍ତା କାମ ଅଧାରେ ଅଟକିଥିଲା । ଏନେଇ ଅଭିଯୋଗ କରି କଂଗ୍ରେସ କର୍ମୀ ବାରମ୍ବାର ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ।
ଅଦାନୀ ଲିଙ୍କ୍ ଅଭିଯୋଗ କରି କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି। ସିଲିଣ୍ଡର ଉପରେ ଗୋବର ଘଷି ରଖି କଂଗ୍ରେସ ରାଜଭବନ ଘେରାଉ କରିଛି। ପୋଲିସ୍ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖାଦେଇଛି। ଏହି ସମୟରେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ମଧ୍ୟ ହୋଇଛି। ବିକ୍ଷୋଭରେ ସାମିଲ କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।
ଆଜି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ଯାତ୍ରା କରିଛନ୍ତି। ଜିଏସ୍ଟି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ଏଲ୍ପିଜି ସିଲିଣ୍ଡର ଓ ତୈଳ ଦର ମହଙ୍ଗା ନେଇ କେନ୍ଦ୍ର ସରକାର ଉପରେ କଂଗ୍ରେସ ବର୍ଷିଛି।
ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେଇଛି।
ଦିଲ୍ଲୀରେ ବ୍ୟାରିକେଡ୍ ଡେଇଁ ପ୍ରଦର୍ଶନ ବେଳେ ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ, ରାହୁଲଙ୍କ ସମେତ ବହୁ ନେତା ଅଟକ…
ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍ର ବର୍ବରତା ଦେଖିବାକୁ ମିଳିଛି।
ମମିତା ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତିକୁ କଂଗ୍ରେସର କଡ଼ା ସମାଲୋଚନା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏଭଳି ବିବୃତିକୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି ।
ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ନିଆଁ ଜଳୁଛି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ବିରୋଧୀ ସାରା ରାଜ୍ୟରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି ।
ମୂର୍ତ୍ତି ଉଚ୍ଚତା ପାଇଁ ମୌନ ପ୍ରତିବାଦ। ‘ରାଜନୈତିର ରୁଟି ସେକିବା ଭଳି ବଳି ପକଉଛନ୍ତି ସାଧାରଣ ଲୋକଙ୍କ ଭକ୍ତଭାବ’। ମୂର୍ତ୍ତି ଉଚ୍ଚତା ବଢ଼େଇବାକୁ କଟକରେ ମୌନ ପ୍ରତିବାଦ ହେଉଛି। କଟକ ବାରବାଟୀ ବିଧାୟକ ମହମ୍ମଦ୍ ମୋକିମ୍ ପୁରୀଘାଟରେ ବିକ୍ଷୋଭ ଜାରି ରଖିଛନ୍ତି।
ପଞ୍ଜାବ ଶାସନରେ ଥିବା କଂଗ୍ରେସ ଠାରୁ ଆରମ୍ଭ କରି ପୂର୍ବରୁ ଏନଡିଏରେ ଥିବା ଶିରୋମଣି ଅକାଳୀ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ତରଫରୁ ତିନି କୃଷି ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଆଜି ସଂସଦ ପରିସରରେ ପଞ୍ଜାବ କଂଗ୍ରେସ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।
ମୁମ୍ବାଇ : ତୈଳ ଦର ବୃଦ୍ଧି ପ୍ରତିବାଦରେ ବିରୋଧ ପ୍ରଦର୍ଶନ ସମୟରେ ବଡ଼ ଅଘଟଣ । ମହାରାଷ୍ଟ୍ରରେ ଶଗଡ଼ ଗାଡ଼ିରେ ଚଢ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ । ହେଲେ ହଠାତ୍ ଭାଙ୍ଗି ପଡ଼ିଥିଲା ଶଗଡ଼ ଗାଡ଼ି । ଫଳରେ ଏହି ଅଘଟଣା ଅନେକ କଂଗ୍ରେସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।
ପେଟ୍ରୋଲ ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ଜିନିଷ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱରରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଘଣ୍ଟ, ଗିନି, ଖଞ୍ଜଣି ବଜାଇ ପ୍ରତିବାଦ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଏଭଳି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ।