Advertisment

ଚିରା ହୋଇଛି ଫଟୋ, ଦିଆଯାଇଛି ମାଛ ବଳି...ଦିବଙ୍ଗତ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅଙ୍କୁ ଗୁଣିଗାରେଡ଼ି !

ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ତନ୍ତ୍ରମନ୍ତ୍ର କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋ ଚିରା ହୋଇଛି, ମାଛ ବଳି ଦିଆଯାଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Black Magic Suspect To Surya Narayan Patro Son

Black Magic Suspect To Surya Narayan Patro Son

ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ତନ୍ତ୍ରମନ୍ତ୍ର କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋ ଚିରା ହୋଇଛି, ମାଛ ବଳି ଦିଆଯାଇଛି । କିଛି ଏଭଳି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଅଁଳାଗୁଡ଼ା ରାସ୍ତା କଡ଼ରେ ଥିବା ଏକ ବରଗଛ ମୂଳରେ ଏମିତି ଗୁଣି ଗାରେଡ଼ି କରାଯାଇଥିବା କୁହାଯାଉଛି ।

Advertisment

ବିଜେଡି ନେତା ବିପ୍ଲବ ପାତ୍ରଙ୍କ ସମେତ ତାଙ୍କ ସହଯୋଗୀ ସିମାଦ୍ରୀ ପାତ୍ର ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ନିରଞ୍ଜନ ରେଡ୍ଡୀଙ୍କ ଫଟୋ ବି ଚିରିକି ଫୋପାଡ଼ା ଯାଇଛି । ପାଖରେ ମାଛ ବଳି ଦିଆଯିବା ସହ ହଳଦୀ, ସିନ୍ଦୂର, ଲାଲ୍ କନା ବି ରହିଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଲାଗୁଛି ତନ୍ତ୍ର ବିଦ୍ୟା ବେଳେ ଯେପରି ପରିବେଶ ଥାଏ ଏଠି ବି ସେଭଳି ଦେଖିବାକୁ ମିଳିଛି ।

ଏହି ଘଟଣା ପଛରେ କିଏ ଓ କାହିଁକି ଏପରି କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନି । ସୂଚନାଥାଉ କି, ଗତ କିଛି ଦିନ ଧରି ଦିଗପହଣ୍ଡି ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ବିପ୍ଲବଙ୍କ ବିରୋଧରେ ବିିପିନ ପ୍ରଧାନଙ୍କ ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ବାଜି ମାରିଛନ୍ତି । ଆଉ ଏଭଳି ସ୍ଥିତିରେ ବିପ୍ଲବଙ୍କ ବିରୋଧରେ ତନ୍ତ୍ରମନ୍ତ୍ର ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି କରିଛି ।

Advertisment
Black Magic
Advertisment
Advertisment