• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶିଶୁ ଓ ଜନନୀ ସୁରକ୍ଷା ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଗାଁଠୁ ସହର ସବୁଠି ଲାଗିଛି ନବୀନଙ୍କ ପୋଷ୍ଟର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର କରାଯାଉଛି ମମତା ଯୋଜନା ସଂପର୍କରେ । ମହିଳାଟିଏ ଗର୍ଭବତୀ ହେବା ପରଠୁ ତାର ସମସ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ସରକାର ଡିଣ୍ତିମ ପିଟୁଛନ୍ତି ।

ପ୍ରସୂତିଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସହ ସେମାନଙ୍କ ଯତ୍ନ ନେବା ପାଇଁ ଗାଁଠୁ ସହର ସବୁଠି ଆଶାକର୍ମୀଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ସରକାରଙ୍କ ଏତେ ସବୁ ସୁବିଧା ପରେ ବି କମୁନି ଶିଶୁ ମୃତ୍ୟୁହାର । କେବଳ ଭଞ୍ଜନଗର ଉପଖଣ୍ଡରେ ଗତ ୬ ମାସ ମଧ୍ୟରେ ୨୭ ନବଜାତଙ୍କ ଜୀବନ ଗଲାଣି । ଡାକ୍ତର ଅଭାବ ଓ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।

ଏତେ ସୁବିଧା ପରେ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁ ଆଖି ବୁଜୁଛନ୍ତି । ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି ୧୦ଟି ବ୍ଲକର ରୋଗୀ । ଏପରିକି କନ୍ଧମାଳ, ନୟାଗଡ଼ ଜିଲ୍ଲା ସିମାବର୍ତ୍ତୀ ଅଞ୍ଚଳର ରୋଗୀ ମଧ୍ୟ ଏଠାକୁ ଆସୁଛନ୍ତି । ହେଲେ ଶିଶୁ ରୋଗ ବିଶେଷଜ୍ଞଙ୍କ ଅଭାବ ଏବେ ଏହି ଉପଖଣ୍ଡ ଲାଗି ଚିନ୍ତା ବଢାଇଛି ।

ଅନ୍ୟପଟେ ଜିଲ୍ଲାର ବହୁ ହସ୍ପିଟାଲରେ ଡାକ୍ତର ପଦବୀ ପୂରଣ କରାଯାଇଛି । ନିରୀକ୍ଷଣ ଯୋଜନାରେ ଗର୍ଭବତୀଙ୍କୁ ମାଗଣା ଅଲଟ୍ରାସାଉଣ୍ଡ ଚିକିତ୍ସା କରାଯାଉଛି। ଆଗକୁ ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରର ସହ ନେବ ବୋଲି ଜିଲ୍ଲାପାଳଙ୍କ ତରଫରୁ କୁହାଯାଇଛି ।

ସରକାର ଗର୍ଭବତୀ ଓ ନବଜାତଙ୍କ ଲାଗି ଅନେକ ଯୋଜନା କରିଛନ୍ତି। ହେଲେ ସେହି ଯୋଜନାର ସୁଫଳ ଗ୍ରାଉଣ୍ତ ଜିରୋରେ ପହଞ୍ଚୁଛି କି ନାହିଁ ତାହା ଦେଖିବାକୁ କେହି ନାହିଁ ।