Advertisment

ନିର୍ବାଚନ ପାଖୋଉଛି, ହିଂସା ବଢ଼ୁଛି ! ଯୁବ ନେତାଙ୍କ ମୁଣ୍ଡକୁ ଛେଚି ଛେଚି ହତ୍ୟା

ବିଜେଡି ନେତାଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଛି। ହତ୍ୟାର କାରଣ ଜଣାପଡିନାହିଁ। ମୃତ ସୁନିଲ ନାହାକଙ୍କ ଶରୀର ଦୀର୍ଘ ସମୟ ଧରି ରାସ୍ତାରେ ପଡି ରହିଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ganjam BJD Leader Murder

Ganjam Crime

କେତେବେଳେ ହତ୍ୟାକାଣ୍ଡ ତ ଆଉ କେତେବେଳେ ମରଣାନ୍ତକ ଆକ୍ରମଣ। ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବଢିବାରେ ଲାଗିଛି ରାଜନୈତିକ ହିଂସା। ୨୪ ଘଣ୍ଟାରେ ଦୁଇ ଦୁଇଟି ମର୍ଡର ହୋଇଛି। ଧରାକୋଟ ବାରୁଗୁଡାରେ ଯୁବ ବିଜେଡି ନେତା ଅନିଲ ମହାନ୍ତିଙ୍କୁ ହତ୍ୟା କରାଯାଇଥିବା ବେଳେ ଖଲ୍ଲିକୋଟ କୋଦଳାର ଦାନପୁର ଗାଁରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।

Advertisment

ମୃତକ ଜଣଙ୍କ ଆସିକା ବ୍ଲକ ଅଧ୍ୟକ୍ଷାଙ୍କ ଦେଢଶୂର ସୁନିଲ ନାହାକ ବୋଲି ସୂଚନା ମିଳିଛି। ଦାନପୁର ଗାଁରେ ଗଣେଶ ବିସର୍ଜନ ଭୋଜି ଚାଲିଥିବା ବେଳେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ତାଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିଲା। ହତ୍ୟାର କାରଣ ଜଣାପଡିନାହିଁ। ମୃତ ସୁନିଲ ନାହାକଙ୍କ ଶରୀର ଦୀର୍ଘ ସମୟ ଧରି ରାସ୍ତାରେ ପଡି ରହିଥିଲା।

କୋଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନଭିନ୍ କରୁଛି । କେବଳ ଏହି ଘଟଣା ନୁହେଁ, ଗତ ମାସେ ତଳେ ଶେରଗଡର କୁମାରପାଣି ଗାଁରେ ବିଜେଡିର ଜଣେ ଆଗଧାଡିର ନେତା ମଧୁ ବିଶୋଇଙ୍କୁ ହତ୍ୟା କରାଯାଇଥିଲା। ସେହିପରି ୬ ମାସ ତଳେ ଦିଗପହଣ୍ଡିରେ ରାଜନୈତିକ ହିଂସାରେ ଜଣଙ୍କର ଜୀବନ ଚାଲିଯାଇଥିଲା ।

Advertisment
Murder
Advertisment
Advertisment