• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାସ୍ତାସାରା ଖାଲ । ପିଚୁ ବି ଉଠିଯାଇଛି । ବଡ଼ ବଡ଼ ମେଟାଲ ବାହାରି ଯେମିତି ଲୋକଙ୍କ ଜୀବନ ନେବାକୁ ଚାହିଁବସିଛି । ସମ୍ପ୍ରସାରଣ ନାଁରେ ବିପଦପୂର୍ଣ୍ଣ ପାଲଟିଛି ନିତିଦିନିଆ ରାସ୍ତା । ମାସ ମାସ ଧରି ରାସ୍ତାକାମ ବନ୍ଦ ରହିବା ଫଳରେ ସବୁଦିନେ ଦୁର୍ଘଟଣା ଘଟୁଛି ।

ଗଞ୍ଜାମ ଜିଲ୍ଲା କଣ୍ଟେଇପଲ୍ଲୀ ଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ପାଲଟିଛି ମରଣଯନ୍ତା । ଲୋକଙ୍କ ଗମନାଗମନର ସୁବିଧା ଲାଗି ସରକାର ୨୦୨୧ ମସିହାରେ ୨୧ କିଲୋମିଟର ଯାଏଁ ରାସ୍ତା ନିର୍ମାଣ ପାଇଁ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ । ଆଉ ଏହାକୁ ମାର୍ଚ୍ଚ ୨୦୨୪ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହେବା ସହ ଅତି ନିମ୍ନମାନର କାମ ହେଉଥିବା ଲୋକେ ଅଭିଯୋଗ ଆଣିଛନ୍ତି।

ଆଠ ମାସ ହେଲା ଠିକାଦାରର ଆଉ ଦେଖା ନାହିଁ । ରାସ୍ତାସାରା ଖାଲଖମାରେ ଭର୍ତ୍ତି ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ରାସ୍ତା କାମ ନ ସରିଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରାଯାଇଛି । ୪୦ ଦିନ ଭିତରେ ରାସ୍ତା କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

  • Reported by:
  • Jagannath Sahu