Advertisment

ରାଜନୀତିରେ ଗୁଣି ବିଦ୍ୟା; ଦିଗପହଣ୍ଡିରେ ହଟଚମଟ… ବରଗଛ ମୂଳେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବଙ୍କ ଚିରା ଫଟୋ

ଗଞ୍ଜାମରେ ଗୁଣିଗାରେଡି, ଖଟବିଦ୍ୟା କିମ୍ବା ତନ୍ତ୍ରବିଦ୍ୟା ନୂଆ କଥା ନୁହେଁ । ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାର କହି ସଚେତନ କରାଯାଉଥିଲେ ବି ବସାବାନ୍ଧି ରହିଛି ଲୋକଙ୍କ ମନରେ । ବର୍ତ୍ତମାନ ମା’ଙ୍କ ନବଦିନାତ୍ମକ ପୂଜା ପାଠ ଜାରି ରହିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
‘Black magic’ on late Odisha Assembly speaker SN Patro’s son Biplab Patro?

‘Black magic’ on late Odisha Assembly speaker SN Patro’s son Biplab Patro?

ଚାରିଆଡ଼େ ଗଛଲତା, ଅପରିତ୍ୟକ୍ତ ଇଲାକା । ତାହାରି ଭିତରେ ଏଣେତେଣେ ଛିଟିକି ପଡ଼ିଛି ସିନ୍ଦୂର ସହ ନାଲି କନା । ବଡ଼ ମାଛକୁ ମାରି ଥୁଆଯାଇଛି । ଚିରା ଯାଇଛି ଜଣେ ବ୍ୟକ୍ତିଙ୍କ ଫଟୋ । ଏଇଠି ନିଶ୍ଚିତ କେହି ଅବିଦ୍ୟାର ଆଶ୍ରୟ ନେଇ କୌଣସି ଗୁଣି ଗାରେଡ଼ି କରିଛି । ପାରିପାର୍ଶ୍ୱିକ ସ୍ଥିତି ହିଁ ବୟାନ କରୁଛି, ଅନ୍ଧବିଶ୍ୱାସକୁ ଆଧାର କରି କିଏ ଜଣେ ମନ୍ଦ ବୁଦ୍ଧି ପାଞ୍ଚିଛି । ତାପୁଣି ସ୍ୱର୍ଗତ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ବିରୋଧରେ ।

Advertisment

କାରଣ ଚିରି ଫିଙ୍ଗାଯାଇଥିବା ଫଟୋଟି, ବିପ୍ଲବ ପାତ୍ରଙ୍କର, ଯାହା ସ୍ପଷ୍ଟ ବାରି ହେଉଛି । ଭଲ କରି ଆଉ ଥରେ ଦେଖନ୍ତୁ ଏହି ଫଟୋ ସବୁକୁ । ଦିଗପହଣ୍ଡିର ଅଁଳାଗୁଡ଼ା ରାସ୍ତା କଡ଼ରେ ଥିବା ଏକ ବରଗଛ ମୂଳରେ ଗଣି ଗଣି ୬/୭ ଖଣ୍ଡ କରି ଫିଙ୍ଗିଦିଆଯାଇଛି ବିପ୍ଲବଙ୍କ ଫଟୋକୁ । କେବଳ ବିପ୍ଲବଙ୍କ ଫଟୋ ନୁହେଁ, ତାଙ୍କ ସହଯୋଗୀ ସିମାଦ୍ରୀ ପାତ୍ର ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ନିରଞ୍ଜନ ରେଡ୍ଡୀଙ୍କ ଫଟୋକୁ ବି ଚିରି ଫୋପାଡ଼ି ଦିଆଯାଇଛି ଏଭଳି ଭାବେ । ହେଲେ କିଏ ଏଭଳି କରିଛନ୍ତି, ତାହା ତ ଅସ୍ପଷ୍ଟ । କିନ୍ତୁ ଗୁଣିବିଦ୍ୟା ପଛର କ’ଣ ହୋଇଥାଇପାରେ ସମ୍ଭାବ୍ୟ କାରଣ ? ସେ ସମ୍ପର୍କରେ ଶୁଣନ୍ତୁ ତନ୍ତ୍ରବିଦ୍ୟାକୁ ବିଶ୍ବାସ କରୁଥିବା ଜଣେ ସାଧକଙ୍କ ବ୍ୟକ୍ତିଗତ ମତ ।

ଗଞ୍ଜାମରେ ଗୁଣିଗାରେଡି, ଖଟବିଦ୍ୟା କିମ୍ବା ତନ୍ତ୍ରବିଦ୍ୟା ନୂଆ କଥା ନୁହେଁ । ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାର କହି ସଚେତନ କରାଯାଉଥିଲେ ବି ବସାବାନ୍ଧି ରହିଛି ଲୋକଙ୍କ ମନରେ । ବର୍ତ୍ତମାନ ମା’ଙ୍କ ନବଦିନାତ୍ମକ ପୂଜା ପାଠ ଜାରି ରହିଛି । ଗତ ଦୁଇଦିନ ତଳେ ଅମାବାସ୍ୟା ବି ଯାଇଛି । ତେଣୁ ଏହା ହିଁ ଉଚିତ ସମୟ ଭାବି ହୁଏତ କିଏ ଗୁଣିବିଦ୍ୟାର ଆଶ୍ରୟ ନେଇଥାଇପାରେ । ତେବେ ଏମିତି କି ଆବଶ୍ୟକ ପଡ଼ିଲା ଯେ, ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ଓ ୨ ସହଯୋଗୀଙ୍କ ଫଟୋ ଗୁଡ଼ିକୁ ଚିରି ଏଭଳି ପୂଜାପାଠ ସହ ମାଛବଳି ଦିଆଯାଇଛି ?

Advertisment

ଦିଗପହଣ୍ଡି ବିଜେଡିରେ ଲାଗିରହିଥିବା ରାଜନୈତିକ ବିବାଦର ପୃଷ୍ଠଭୂମି ଉପରେ କାହା ପ୍ରରୋଚନାରେ ପ୍ରୟୋଗ କରାଯାଇଛି ଗୁଣିବିଦ୍ୟା ? ଗତ କିଛିଦିନ ହେବ ରାଜନୈତିକ ଛକାପଞ୍ଝା ଭିତରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବାଜି ମାରିଛନ୍ତି ବିପ୍ଲବ ବିରୋଧୀ ବିପିନ ପ୍ରଧାନଙ୍କ ଗୋଷ୍ଠୀ । ଲାଗିରହିଥିବା ଗୋଷ୍ଠୀ ବିବାଦ ଯୋଗୁଁ ଉପ ନିର୍ବାଚନ ପୂର୍ବରୁ ବିପିନଙ୍କୁ ବିଜେଡିରୁ ବହିଷ୍କାର ବି କରାଯାଇଛି । ଆଉ ଏବେ ଏଭଳି ବିବାଦୀୟ ସ୍ଥିତିରେ ସାମ୍ନାକୁ ଆସିଥିବା ଗୁଣିବିଦ୍ୟାକୁ ନେଇ ପରସ୍ପରକୁ କାଦୁଅ ଫୋପାଡ଼ିଛନ୍ତି ।

ଘଟଣା ପଛର ରହସ୍ୟ ଯାହା ବି ଥାଉନା କାହିଁକି, କ୍ଷମତା ଓ ପତିଆରା ପାଇଁ ଦିଗପହଣ୍ଡି ବିଜେଡିରେ ଲାଗିରହିଥିବା ରାଜନୈତିକ ବିବାଦର ପୃଷ୍ଠଭୂମି ଉପରେ ଏଭଳି ଗୁଣିବିଦ୍ୟା ତଥା କୁସଂସ୍କାରକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ଲାଗିରହିଛି ନାନା ଚର୍ଚ୍ଚା ।

Odisha Assembly Black Magic Speaker SN Patro
Advertisment
Advertisment