• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାସ୍ତା ନିର୍ମାଣ ପାଇଁ ଆମରଣ ଅନଶନରେ ବସିଲେ ବୃଦ୍ଧ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଲାଲସିଙ୍ଗ ପଞ୍ଚାୟତ ଅଫିସ ଆଗରେ ଦେଖିବାକୁ ମିଳିଛି ଏଭଳି ପ୍ରତିବାଦ । ଗାଁକୁ ପକ୍କାରାସ୍ତା ନଥିବାରୁ ଅବସରପ୍ରାପ୍ତ ଶିକ୍ଷକ ସତ୍ୟ ନାରାୟଣ ସାହୁ ଆମରଣ ଅନଶନରେ ବସିଛନ୍ତି ।

ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି। ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ।

୨୦୦୯ ମସିହାରୁ ସମସ୍ୟା ସମ୍ପର୍କରେ ବୃଦ୍ଧ ଜଣକ ପ୍ରଶାସନକୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି । ଶେଷରେ ବାଧ୍ୟ ହୋଇ ସେ ଆମରଣ ଅନଶନରେ ବସିଥିବା କହିଛନ୍ତି । ଅନ୍ୟପଟେ ଏନେଇ ବ୍ଲକ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି ।

  • Reported by:
  • Rajesh Kumar Panda