Advertisment

Chhena Poda Day Celebrations: ଜମିଲା ଛେନାପୋଡ଼ ଖିଆ; GI ଟ୍ୟାଗ୍ ପାଇଁ ଜୋର୍ ହେଲା ଦାବି...

ଛେନାପୋଡ଼। ତାକୁ କିଏ କହେ ମିଠା ତ କିଏ କହେ ପିଠା। ଦେଖିବାକୁ ଯେମିତି ମନଲୋଭା, ପାଟିକୁ ବି ଯେମିତି ସୁଆଦିଆ। ଲୁତୁଲୁତିଆ ପୁଣି ପୋଡ଼ପୋଡ଼ିଆ। ଯିଏ ଥରେ ଚାଖିଛି, ସବୁବେଳେ ମନ ଟାଣିଛି ଆଉ ଥରେ ଖାଇବାକୁ।

author-image
Sujit kumar Swain
ଅଦ୍ୟତନ ହୋଇଛି
Advocates Demand GI Tag For Chhena Poda in Nayagarh

Advocates Demand GI Tag For Chhena Poda in Nayagarh

ଜମିଲା ଛେନାପୋଡ଼ ଖିଆ । ସାରା ରାଜ୍ୟରେ ପାଳିତ ହେଲା ବିଶ୍ବ ଛେନାପୋଡ଼ ଦିବସ। ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିବସକୁ ଉତ୍ସାହ ସହକାରେ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଇଛି। ୨୦୨୨ ମସିହାରୁ ଏହି ଦିବସ ପାଳନ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଛେନାପୋଡ଼ କାଟି ଉତ୍ସବ ମନାଇଛନ୍ତି ଖାଦ୍ୟପ୍ରେମୀ। 

Advertisment

ଛେନାପୋଡ଼। ତାକୁ କିଏ କହେ ମିଠା ତ କିଏ କହେ ପିଠା। ଦେଖିବାକୁ ଯେମିତି ମନଲୋଭା, ପାଟିକୁ ବି ଯେମିତି ସୁଆଦିଆ। ଲୁତୁଲୁତିଆ ପୁଣି ପୋଡ଼ପୋଡ଼ିଆ। ଯିଏ ଥରେ ଚାଖିଛି, ସବୁବେଳେ ମନ ଟାଣିଛି ଆଉ ଥରେ ଖାଇବାକୁ। ଛେନାପୋଡ଼ ପ୍ରେମରେ ଯିଏ ପଡିଛି ବାରବାର ଖାଇବାକୁ ଇଚ୍ଛା କରିଛି। ସେଥିପାଇଁ ତ ପୋଡ଼ ବିନା ଯେମିତି ରାଜ୍ୟର ମିଷ୍ଟାନ ଭଣ୍ଡାର ତାଲିକା ଅଧା ଅଧୁରା ଲାଗେ। ଓଡ଼ିଶାର ସ୍ବାଦ ଓ ପ୍ରତିଟି ଓଡ଼ିଆଙ୍କ ପସନ୍ଦର ମିଠା ସେଇ ଛେନାପୋଡ଼ର ଆଜି ଦିନ। ବିଶ୍ବ ଛେନାପୋଡ଼ ଦିବସ। ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଏହାକୁ ପାଳନ କରାଯାଇଛି। ନୟାଗଡ଼ କୋର୍ଟ ପରିସରରେ ଛେନାପୋଡ଼ କାଟି ଉତ୍ସବ ମନାଇଛନ୍ତି ବିଚାରପତି ଓ ଆଇନଜୀବୀ। ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରାୟ ୩୦ କିଲୋ ଛେନାପୋଡ଼ କଟାଯାଇଛି। ନୟାଗଡ଼ ଛେନାପୋଡ଼କୁ ଜିଆଇଟି ଟ୍ୟାଗ୍ ମାନ୍ୟତା ଦାବି ଜୋର ଧରିଛି। 

ଅଧିକ ପଢ଼ନ୍ତୁ: ଛେନାପୋଡ଼ କହୁଛି, ମୋତେ GI ଟ୍ୟାଗ୍ ଦିଅ

ଦଶପଲ୍ଲାର ମୂଳ ବାସିନ୍ଦା ସ୍ବର୍ଗତଃ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ। ୨୦୨୨ ମସିହାରୁ ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ବ ଛେନାପୋଡ଼ ଦିବସ ଭାବରେ ପାଳ କରାଯାଉଛି। ଆଜି ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ଏହି ଦିନକୁ ଆନନ୍ଦ ଉତ୍ସାହର ସହ ପାଳନ କରିଛନ୍ତି। ନୟାଗଡ଼ କଚେରି ବଜାରରେ ଜଳଖିଆ ଦୋକାନ କରିଥିଲେ ସୁଦର୍ଶନ। ବଳିଥିବା ଛେନାକୁ ନଷ୍ଟ ନକରି ସେଥିରେ ଚିନି ମିଶାଇ ପୋଡ଼ପିଠା ପ୍ରସ୍ତୁତ କରିଥିଲେ। ଧୀରେ ଧୀରେ ଏହି ଛେନାପୋଡ଼ ସାରା ରାଜ୍ୟ, ଦେଶ ଓ ବିଶ୍ବରେ ବି ଆଦୃତ ଲାଭ କରିଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ Helping Hand ପକ୍ଷରୁ ୨୦୨୨ ମସିହାରୁ ଏପ୍ରିଲ ୧୧କୁ ବିଶ୍ବ ଛେନାପୋଡ଼ ଦିବସ ଭାବରେ ପାଳନ ପାଇଁ ଉଦ୍ୟମ ଆରମ୍ ଭ ହୋଇଥିଲା।

Advertisment

ନୟାଗଡ଼ ଜିଲ୍ଲାକୁ ପ୍ରତିଦିନ କ୍ବିଣ୍ଟାଲ କିଣ୍ଟାଲ୍ ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ଏହା କେବଳ ରାଜ୍ୟର ମିଠା ହୋଇ ରହି ନାହିଁ, ରାଜ୍ୟ ବାହାରେ ତଥା ବିଦେଶରେ ବି ନିଜର ପରିଚୟ ସୃଷ୍ଟି କରି ପାରିଛି। ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଉଦ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି।

ଅଧିକ ପଢ଼ନ୍ତୁ: ମହ ମହ ବାସିଲା କଟକ; ଆଉ କେତେ ଦିନ... କଟକ ଦହିବରାକୁ GI ଟ୍ୟାଗ୍‌?

Nayagarh GI Tag
Advertisment
Advertisment