• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୀପାବଳି ପୂର୍ବରୁ ବେଆଇନ୍ ବାଣ ତିଆରି ଉପରେ ପ୍ରଶାସନର କଡା କଟକଣା ସାଙ୍ଗକୁ କେତେ କ’ଣ ସଚେତନତା । ତଥାପି ବିସ୍ଫୋରଣ ଘଟୁଛି, ଜୀବନ ଯାଉଛି । ଗତ କିଛି ଦିନ ମଧ୍ୟରେ ଏକାଧିକ ଦୁର୍ଘଟଣା ପରେ ଭାଙ୍ଗିଛି ପୋଲିସ-ପ୍ରଶାସନର ନିଦ । ତାଳଚେର ଓ ଜଳେଶ୍ୱରରେ ରେଡ୍ ବେଳେ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ୍ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଏପଟେ ନିଜ ଅଂଚଳରେ ବେଆଇନ୍ ବାଣ ତିଆରି ଓ ବିକ୍ରି ହେଉଥିଲେ ପୋଲିସକୁ ଜଣାଇବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ।

ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା । ବାଲିପାଟଣା ଥାନା ଜଇନାବାଦର ଏହି ଘରେ ବେଆଇନ୍ ଭାବେ ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛି ଦୁଇ ଦୁଇଟି ଜୀବନ ।

ଖଲିକୋଟ.. ୨୭ ଅକ୍ଟୋବର । ମାତ୍ର ୪ ଦିନ ତଳର ଘଟଣା । ଗଞ୍ଜାମ ବେଗୁନିଆପଡା ଥାନା ଜଗତିସାହିର ଏହି ଘରେ ଚାଲିଥିଲା ବାଣ ଭିଡା । ହଠାତ୍ କ’ଣ ଘଟିଲା କେଜାଣି, ପ୍ରଚଣ୍ଡ ବିସ୍ଫୋରଣ ହେଲା । ଆଉ ଦେଖୁ ଦେଖୁ ଦୁଇ ମହଲାର ଘର ଭୁଶୁଡି ମାଟିରେ ମିଶିଗଲା । ବାଣ ବିସ୍ଫୋରଣରେ ଆଖି ବୁଜିଲେ ଘରର ଭେଣ୍ଡିଆ ପୁଅ । ଆଲୋକର ପର୍ବ ପୂର୍ବରୁ ଲିଭିଗଲା ଜୀବନ ଦୀପ । ଆଉ ଏବେ ଘରେ କାନ୍ଦ ବୋବାଳି ।

ତାଳଚେର.. ଦୀପାବଳି ପୂର୍ବରୁ ଏକାଧିକ ଦୁର୍ଘଟଣା ପରେ ଆରମ୍ଭ ହୋଇଛି ପୋଲିସରଅତର୍କିତ ଚଢାଉ । ତାଳଚେର ବାଘୁଆବୋଲ ସ୍ଥିତ ଏକ ଭଡା ଘରୁ ଲକ୍ଷାଧିକ ଟଙ୍କାର ବେଆଇନ୍ ବାଣ ଜବତ କରିଛି ପୋଲିସ ଓ ଅତିରିକ୍ତ ତହସିଲଦାରଙ୍କ ମିଳିତ ଟିମ୍ ।

ଜଳେଶ୍ୱର.. ସେହିପରି ଜଳେଶ୍ୱର ଶାଳିକୋଠା ଗାଁରେ ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ କରି ପୋଲିସ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ।

ଭୁବନେଶ୍ୱର ..ଏପଟେ ବେଆଇନ ବାଣ ତିଆରି ଓ ବିକ୍ରି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ନିଜ ଅଂଚଳରେ ବେଆଇନ୍ ବାଣ ତିଆରି ହେଉଥିଲେ ପୋଲିସକୁ ଜଣାଇବାକୁ ରାଜଧାନୀ ବାସିନ୍ଦାଙ୍କୁ ସେ ଅପିଲ କରିଛନ୍ତି । ଏ

ଥିପାଇଁ 7077798111 ହେଲ୍ପ ଲାଇନ ନମ୍ବର ବି ଜାରି ହୋଇଛି । ସୂଚନାଦାତାଙ୍କ ନାଁ ଗୋପନ ରଖାଯିବା ସହ ତୁରନ୍ତ ଚଢାଉ ହେବ ବୋଲି ଡିସିପି କହିଛନ୍ତି । ବ୍ରହ୍ମପୁର.. ସେପଟେ ଗଂଜାମରେ ବେଆଇନ୍ ବାଣ ତିଆରିକୁ ନେଇ ଏଯାଏଁ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଆଗକୁ ଚଢାଉ ଜୋରଦାର ହେବ ଏବଂ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି ।

୨୦୧୭ ଅକ୍ଟୋବର ୧୮ ବାଲେଶ୍ୱର ବାହବଳପୁର ବାଣ ଗୋଦାମରେ ବିସ୍ଫୋରଣରେ ଘଟଣାସ୍ଥଳରେ ୬ ଓ SCBରେ ଆଉ ୫ ଜଣଙ୍କୁ ମିଶାଇ ୧୧ଜଣଙ୍କ ଜୀବନ ଯାଇଛି ।

୨୮ ଫେବୃଆରୀ ୨୦୨୨ । ଜଗତସିଂହପୁର ଇଚ୍ଛାପୁରରେ ବାଣ ଗୋଦାମରେ ଲାଗିଗଲା ନିଆଁ । ୩ ଜଣଙ୍କର ଅକାଳ ମୃତ୍ୟୁ ହୋଇଥିଲା ।

୨୩ ନଭେମ୍ବର ୨୦୨୨ । କେନ୍ଦ୍ରାପଡା ବାଲିଆରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ବେଳେ ଘଟିଥିଲା ବିସ୍ଫୋରଣ । ଏଥିରେ ୨ ମୃତ, ୪୫ ଜଣ ଆହତ ହୋଇଥିଲେ ।

  • Reported by:
  • ASHOK BRAHMA , CHANDAN PAIKRAY , Silu Biswal