/odishatv-khabar/media/post_attachments/uploadimage/library/16_9/16_9_0/Hit___run__1700624687.jpg)
Hit & run,
ଠିଆ ଠିଆରେ ଚାଲିଗଲା ଜୀବନ। ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ କାର୍ ମାଡ଼ିଗଲା। ବସ୍ ଆସିଥିଲେ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲି ଯାଇଥାନ୍ତେ, ହେଲେ ତା’ ପୂର୍ବରୁ ଘଟିଲା ଅଘଟଣ । ହଠାତ୍ ଦ୍ରୁତ ଗତିରେ ମାଡ଼ି ଆସି ଦଳି ଦେଲା କାର୍। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରିରେ।
ଅଧିକ ପଢ଼ନ୍ତୁ: ଅଧା ରହିଲା ଜଗା ଦର୍ଶନ: ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ୨ ମୃତ
#କାର୍_ଧକ୍କାରେ_୨_ମୃତ#ଜଣେ_ଗୁରୁତର
ଆସିକା ପାଟପୁର ଥାନା ପୋଡ଼ାମାରି ବସ୍ ଷ୍ଟାଣ୍ଡରେ ଦୁର୍ଘଟଣା...ବସ୍ କୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଡ଼ିଗଲା କାର୍ ...ଗୁରୁତର ବ୍ୟକ୍ତି ଜଣଙ୍କ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି #Odisha#OTV#Accidentpic.twitter.com/4ViihjcZKS— ଓଟିଭି (@otvkhabar) November 22, 2023
ସୂଚନା ଅନୁସାରେ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରେ ଆଜି ଭୋରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୋକ ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଏତିକି ବେଳେ ଏକ କାର୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଏହାପରେ ଘଟଣାସ୍ଥଳରୁ କାର୍ ଧରି ଫେରାର ମାରିଥିଲେ ଚାଳକ ।
କାର୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ତୁରନ୍ତ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଖବର ପାଇ ପାଟପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)