/odishatv-khabar/media/post_attachments/uploadimage/library/16_9/16_9_0/Accident_1697642641.jpg)
Accident
ଏମିତି ବି ଆସେ ମୃତ୍ୟୁ । ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ ମାଆ ଝିଅ । ହେଲେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ । ଘଟଣାସ୍ଥଳରେ ହିଁ ଚାଲିଗଲା ମହିଳାଙ୍କ ଜୀବନ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୁରୁତରଙ୍କୁ ମେଡିକାଲରେ ଭତ୍ତିକରିଛି । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ।
Advertisment
ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ମନ୍ଦିରରୁ ପୂଜା ସାରି ମାଆ ଝିଅ ବାହାରିବା ବେଳେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ଏକ ପିକ୍ଅପ୍ ଭ୍ୟାନ୍ ହଠାତ୍ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଆଉ ମହିଳାଙ୍କ ଉପରେଚଢ଼ି ଯାଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ସେପଟେ ଏହି ପିକ୍ଅପ୍ ଭ୍ୟାନ୍କୁ ପୂଜା କରୁଥିବା ନନା ହିଁ ଗାଡ଼ି ଚଳାଉଥିବା ଜଣାପଡ଼ିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)