• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍‌ ମହାକୁମ୍ଭ । ବିଶ୍ୱକପ୍‌ ପାଇଁ ବେଶ୍‌ ଉତ୍ସାହିତ କ୍ରିକେଟ୍‌ ପ୍ରେମୀ । World cup-୨୦୨୩କୁ ନେଇ ସବୁଠି ଉତ୍ସାହ ଲାଗି ରହିଥିବାବେଳେ ଏବେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଦେଖିବାକୁ ମିଳିଛି କିଛି ନିଆରା କଳାକୃତି । ବ୍ରହ୍ମପୁରର ଜଣେ ୨୧ ବର୍ଷିୟ କଳାକାର ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ ପୂର୍ବରୁ ମିନି ଟ୍ରଫି ସହ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୧୦ଟି ଦଳର ଅଧିନାୟକମାନଙ୍କ ମୂର୍ତ୍ତି ଚକ୍‌ରେ ପ୍ରଦର୍ଶନ କରିଛନ୍ତି ।

World Cup 2023ରେ ସମସ୍ତ ଦଳଙ୍କୁ ସ୍ୱାଗତ କରିବାକୁ ଏପରି ଏକ ନୂତନ ପ୍ରୟାସ କରିଛନ୍ତି କେ. ବିଜୟ କୁମାର ରେଡ୍ଡୀ । ତାଙ୍କର ଏହି ପ୍ରୟାସକୁ କ୍ରିକେଟ୍‌ ପ୍ରେମୀମାନେ ଖୁବ୍‌ ପ୍ରଶଂସା କରିଛନ୍ତି । ବିଜୟ ହେଉଛନ୍ତି ଜଣେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର । ହେଲେ ବର୍ତ୍ତମାନ World cup ପୂର୍ବରୁ ବିଜୟଙ୍କ ଏପରି କଳାକୃତି ତାଙ୍କୁ ଲୋକଲୋଚନକୁ ଆଣିଛି।

ଅଧିକ ପଢ଼ନ୍ତୁ: ଚକ୍‌ ଖଡ଼ିରେ ଶ୍ରୀମନ୍ଦିର, ତାଜମହଲ କଳାକୃତି; ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ଗଞ୍ଜାମ ଛାତ୍ର

ଚକ୍‌ ଖଡ଼ିରେ ବିଜୟ ଅତି ସୁନ୍ଦର ଭାବେ ଛୋଟ ଛୋଟ ମୂର୍ତ୍ତି ଗଢ଼ିଛନ୍ତି । World cup ଟ୍ରଫି ସହ ସମସ୍ତ ଦଳର ଅଧିନାୟକମାନଙ୍କ ମୂର୍ତ୍ତିକୁ ଅତିନିଖୁଣ ଭାବେ ତିଆରି କରିଛନ୍ତି ବିଜୟ । ପ୍ରତ୍ୟେକ ଚକ୍‌ ମୂର୍ତ୍ତିର ଉଚ୍ଚତା ରହିଛି ଏକ ଇଞ୍ଚ । ମୂର୍ତ୍ତି ଗୁଡ଼ିକ ଛୋଟ ହୋଇଥିବାରୁ ଖୁବ୍‌ ଆକର୍ଷଣୀୟ ହୋଇଛି ।

ଏନେଇ କେ. ବିଜୟ କୁମାର ରେଡ୍ଡୀ ନିଜେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ୱକପ୍‌ ପାଇଁ ଦଳ ଓ ସେମାନଙ୍କ ଅଧିନାୟକ ଘୋଷଣା ହେବାପରେ ମୁଁ ଚିତ୍ର ଆକାରରେ କିଛି ଦେଖାଇବାକୁ ଚାହୁଁଥିଲି । ତେଣୁ ଚକ୍‌ରେ ଟ୍ରଫି ସହ ଅଧିନାୟକ ମାନଙ୍କ ମୂର୍ତ୍ତି ତିଆରି କରିବାକୁ ଯୋଜନା କରିଥିଲି । ପ୍ରତ୍ୟେକ ଚକ୍‌କୁ ଅତି ଯତ୍ନର ସହ ଧରି ମୂର୍ତ୍ତି ତିଆରି କରିଥିଲି । ଏହି କାର୍ଯ୍ୟ ପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଥିବା କେ, ବିଜୟ କୁମାର ରେଡ୍ଡୀ କହିଛନ୍ତି ।