କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍ ଗ୍ରୁପ୍ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି ।
ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ ପରେ ଏବେ ପୋଲିସ୍ ଟାର୍ଗେଟ୍ରେ KBN ଗ୍ରୁପ୍ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।
କେବିଏନ୍ ଗ୍ରୁପ୍ର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ଘରେ ପଶି ଖାନ୍ତଲାସି କରୁଛି କମିଶନରେଟ୍ ପୋଲିସ । ଘର ଛାତ ଭାଙ୍ଗୁଛି, ଚଟାଣ ବି ତାଡ଼ୁଛି ପୋଲିସ ।
ଚେଙ୍ଗଙ୍କ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍ଭିନ୍ କରିଥିଲା । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍) ଗ୍ରୁପ୍ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ ।
ରାଜଧାନୀରେ ପୋଲିସକୁ ଡରୁ ନାହାନ୍ତି ଦୁର୍ବୃତ୍ତ । ଦିନ ହେଉ କି ରାତି, ଘରେ ପଶି ଖେଳାଉଛନ୍ତି ଆତଙ୍କ । ଏଭଳି ଦୁଇ ଦୁର୍ବୃତ୍ତଙ୍କ ଭିଡିଓ ଭାଇରାଲ ହୋଇଛି ।
ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ଭାର । ପ୍ରତିଦିନ ଧାର ଟଙ୍କା ମାଗିବାକୁ ଲୋକେ ଘରକୁ ଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଏତେ ହୋଇଥିଲା ଯେ, ଶେଷରେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିଲେ ସ୍ୱାମୀ ।
ଲୁଟ ପାଇଁ ହୋଇଥିଲା ମା ଝିଅଙ୍କୁ ଆକ୍ରମଣ । ରୂପେଶଠାରୁ ନିଜକୁ ରକ୍ଷା କରିବା ଚେଷ୍ଟାରେ ମା ଝିଅ ମଧ୍ୟ ଅଭିଯୁକ୍ତ ରୂପେଶକୁ ଆଟାକ କରିଥିବା ପୋଲିସ କହିଛି ।
ଭୁବନେଶ୍ୱର ଡବଲ ମର୍ଡର ଘଟଣାର ବଡ଼ ଖୁଲାସା । ହତ୍ୟା ପଛରେ ଆର୍ଥିକ ସମସ୍ୟା ଆଉ ଋଣ ବୋଝ । ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ ।