• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Odisha Transport
ଦଲାଲ୍‌ ମୁକ୍ତ ହେବ RTO: ଏଣିକି ‘No’ ଅଫ୍‌ଲାଇନ୍‌, ‘Only’ ଅନ୍‌ଲାଇନ୍‌

ପରିବହନ ବିଭାଗର ଏଣିକି ‘No’ ଅଫ୍‌ଲାଇନ୍‌, ‘Only’ ଅନ୍‌ଲାଇନ୍‌। ପରିବହନ ବିଭାଗର ସବୁ କାମ ଏଣିକି ଅନ୍‌ଲାଇନ୍‌ରେ ହେବ। ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।

Night Curfew In Odisha
ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ: ଜାଣନ୍ତୁ, କେଉଁମାନେ କଟକଣା ମୁକ୍ତ...

ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍‌ ଦେଇଛନ୍ତି। 

12-ft long king cobra gets new lease of life
ନୂଆ ଜୀବନ ପାଇଲା ଅହିରାଜ, ଭାଙ୍ଗି ଯାଇଥିଲା ପଞ୍ଜରା ହାଡ଼

ରିଷ୍ଟ୍ରେନିଂ ଟ୍ୟୁବ୍‌ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍‌ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା। 

Primary school to reopen from jan 3
୩ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେବା ସହ ଦ୍ୱନ୍ଦ୍ୱ ଦୂର କରିଛନ୍ତି।

Dense Fog
ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷେ, ଗତ ୨ ଦିନ ଧରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଅଦିିନିଆ ବର୍ଷା ଯୋଗୁ ପରିବା ଚାଷ ପ୍ରଭାବିତ ହେବାର ଆଶଙ୍କା ଅଛି। 

Religious Institutions In Bhubaneswar To Remain Closed
ଓମିକ୍ରନ୍‌ ଭୟ: ଭୁବନେଶ୍ୱରରେ ୩ ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।

omicron
ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଏହି କ୍ରମରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।

election
ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି : ପ୍ରାର୍ଥୀଙ୍କ ପାଇଁ ଜାରି ହେଲା ନିର୍ବାଚନୀ ଚିହ୍ନ

ସରକାରୀ ପ୍ରେସରେ ବାଲଟ ପେପର ଛପା ଚାଲିଛି । ପ୍ରାର୍ଥୀଙ୍କୁ ଆଲଫାବେଟିକାଲ ଅର୍ଡରରେ ସିମ୍ବଲ ଆଲର୍ଟ କରାଯିବ ।

cyber fraud
କବଜାକୁ ଆସିବେ କି ଅଦୃଶ୍ୟ ଲୁଟେରା ? ୧୪ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ

ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ବୁତ୍ତଙ୍କ ଆତଙ୍କରାଜ। ରାହାଜାନୀଠୁ ଆରମ୍ଭ କରି ସାଇବର କ୍ରାଇମ୍ ପର୍ଯ୍ୟନ୍ତ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧର ସଂଖ୍ୟା। ସେମାନଙ୍କ ଉପରେ ଲଗାମ ଲଗାଇବାକୁ ନୂଆ କରି ପ୍ରତିଷ୍ଠା ହେଲା ସାଇବର ଥାନା।

Ganja Farming
ଗଞ୍ଜେଇକୁ ମିଳିଲା ଖାଦ୍ୟର ମାନ୍ୟତା, ଚାଷ ପାଇଁ ଅନୁମତି ଦେବାକୁ ଦାବି କଲେ ତଥାଗତ ଶତପଥୀ

ଗଞ୍ଜେଇରୁ ତିଆରି ଜିନିଷକୁ ଖାଦ୍ୟର ମାନ୍ୟତା ଦିଆଯାଇଛି । ଏହାକୁ ମଧ୍ୟ ବିଭିନ୍ନ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଉଛି । ଓଡିଶାରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଗଲେ, ରାଜ୍ୟରେ ଅର୍ଥନୈତିକ ବିପ୍ଲବ ଆସିପାରିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ ।

IPS Reshuffle
IPS ସ୍ତରରେ ଅଦଳବଦଳ, ଏସ୍.ସୁଶ୍ରୀ ଭୁବନେଶ୍ୱରର ନୂଆ ଟ୍ରାଫିକ୍ ଡିସିପି

ରାଜ୍ୟ ସରକାର ଆଜି ବରିଷ୍ଠ ପୋଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି।

University
ସବୁଠି କାମଚଳା ନୀତି ! ଆସୁଛି ନାକ୍‌ ଟିମ୍‌, ଏପଟେ ଅଧା ଅଧ୍ୟାପକ ପଦବୀ ଖାଲି

ଆଗକୁ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଏସନ କାଉନସିଲ ବା ନାକ୍ ଟିମ୍ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ ।

obc
ବିଗିଡ଼ୁଛି ସ୍ଥିତି, BJDର ସଂରକ୍ଷଣ ପ୍ଲାନ୍‌ ଫେଲ ! ନୂଆ ତାଲିକା ଆସିବା ପରେ ଅସନ୍ତୋଷ ବଢ଼ିଲା

ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।

weather
ପ୍ରବଳ ବର୍ଷିବ ! ୮ ଜିଲ୍ଲାକୁ ସତର୍କ ଘଣ୍ଟି

ଆସନ୍ତାକାଲି ଘନ କୁହୁଡ଼ି ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ ଜିଲ୍ଲାକୁ ସତର୍କ କରାଯାଇଛି ।

nandankanan
ଓମିକ୍ରନ୍‌ ଭୟ ! ସଂକ୍ରମଣ ରୋକିବାକୁ ନନ୍ଦନକାନନ ବନ୍ଦ

ଆଗକୁ ନୂଆ ବର୍ଷ ଆସୁଛି । ନୂଆ ‍ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ । ଆଉ ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି ।

junior Doctors Protest
ତୀବ୍ର ହେଉଛି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ହନ୍ତସନ୍ତ

ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିବା ସହ ନାରାବାଜି ମଧ୍ୟ କରିଥିଲେ ।

BJP Team
OBCଙ୍କୁ ସଂରକ୍ଷଣ ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।

school students
ବଦଳିବ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି !

ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି।

omicron Variant
ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି। 

Rain In Odisha
୩ ଦିନ ଯାଏ ବର୍ଷା ! ଆଜି ଏହିସବୁ ଜିଲ୍ଲାରେ ବର୍ଷିପାରେ...

ଗତକାଲି ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

Niti Aayog report
ସରକାରଙ୍କ ପୋଲ୍‌ ଖୋଲିଦେଲା ନିତି ଆୟୋଗଙ୍କ ରିପୋର୍ଟ, ଧରାପଡ଼ିଲା ସ୍ୱାସ୍ଥ୍ୟସେବାର ବିକଟାଳ ଚିତ୍ର

ସରକାରଙ୍କୁ ପ୍ରଚାର ସର୍ବସ୍ୱ କହି ବିରୋଧୀ ଟାର୍ଗେଟ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ଆମେ ଏକ ନମ୍ବର ଥିଲୁ ଆଉ ଅଛୁ । ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ । ହେଲେ ଗ୍ରାଉଣ୍ଡ ରିୟାଲିଟି କିନ୍ତୁ କହୁଛି କିଛି ଭିନ୍ନ କଥା ।

OBC Politics
OBC ଭୋଟ ଖସିଯିବାର ଭୟ ! ଚାଲ୍ ପରେ ଚାଲ୍‌ ଖେଳୁଛି ବିଜେଡି

ନୂଆ ଚିଠାରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ପଦବୀ ଲାଗି ଆସିଛି ରିଜରଭେସନ୍ ଡ୍ରାଫ୍ଟ ଲିଷ୍ଟ ।

Corona
ଓଡ଼ିଶାକୁ ଫେବ୍ରୁଆରୀ ଟେନସନ୍, ମାସ ଶେଷ ଆଡ଼କୁ ଶୀର୍ଷ ଛୁଇଁବ !

ICMR ଅନୁସାରେ ଯଦି ତୃତୀୟ ଲହର ଆସେ ତାହାଲେ ଓଡ଼ିଶାକୁ ଖୁବ୍‌ଶୀଘ୍ର ଆସିବ । ଫେବ୍ରୁଆରୀ ମାସ ଶେଷ ବେଳକୁ ଏହା ଶୀର୍ଷ ଛୁଇଁପାରେ, ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି ।

Debi Mishra
ନରସିଂହପୁରରେ ବିଧାୟକ ଦେବୀ ମିଶ୍ରଙ୍କୁ ବିରୋଧ, ଠେଲାପେଲା କଲେ ଯୁବକ

ବିଧାୟକ ଦେବୀ ମିଶ୍ରଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନରସିଂହପୁରରେ ଠେଲାପେଲାର ସମ୍ମୁଖୀନ ହୋଇଛନ୍ତି । ବିଜେଡିର ଏହି ବରିଷ୍ଠ ନେତାଙ୍କୁ ହଟହଟା ହେବାକୁ ପଡିଛି ।

crime
ରାଜଧାନୀରେ ବଢ଼ୁଛି କ୍ରାଇମ୍‌ ରେଟ୍‌, କମିଶନରେଟ୍ ପୋଲିସର ତଥ୍ୟ ଦେଖିଲେ ଉଡ଼ିବ ହୋସ୍‌

ଉଦ୍‌ବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ, ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ । ଫାଶି ଲଗାଇ ସର୍ବାଧିକ ୯୪ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୪୧ ।