• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକା ଘରେ ଚଢ଼ିଲା ବୁଲଡୋଜର । ମାଟିରେ ମିଶିଗଲା ନିଶା ମାଫିଆର ଘର । ନିଶା ବେପାରୀ କୃଷ୍ଣଚନ୍ଦ୍ର ନାଥ ଓରଫ ପାକାର ଘର ଉପରେ ଚାଲିଲା ବୁଲ୍‌ଡୋଜର । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଥିଲା ପାକାର ଘର । ସେହି ଘର ଉପରେ ପ୍ରଶାସନ ଆଜି ବୁଲ୍‌ଡୋଜର୍ ଚଳାଇଛି । ପାକା ନାଁରେ ଲିଖିତ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି । ପାକା ନାଁରେ ଏକାଧିକ ଅପରାଧିକ ମାମଲା, ନିଶା କାରବାର ମାମଲା ରହିଛି । ତା ନାଁରେ ମଞ୍ଚେଶ୍ୱର, ଇନୋଫୋସିଟି, ଚନ୍ଦ୍ରଶେଖରପୁର ଆଦି ଥାନାରେ ଅନେକ ମାମଲା ରହିଛି ।

ଆଗରୁ ବି ସେ ଜେଲ୍ ଯାଇଥିଲା । ଜେଲ୍‌ରୁ ଫେରିବା ପରେ ବି ଅପରାଧ ଜଗତରେ ସେ ସକ୍ରିୟ ରହିଛି । ସରକାରୀ ଜାଗାରେ ବେଆଇନ ଭାବେ ଅର୍ଜିତ ସଂପତ୍ତିରୁ ଘର କରିଥିବାରୁ କୃଷ୍ଣଚନ୍ଦ୍ର ନାଥର ଘର ଉପରେ ବୁଲଡୋଜର ଚଲାଇ ତାକୁ ଭାଙ୍ଗି ଦେଇଛି ପ୍ରଶାସନ ।