• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ବାବା ପ୍ଲିଜ୍‌ ! ମୁଁ ମୋ ଦୁଃଖରେ ଦୁଃଖୀ ସୁଖରେ ସୁଖୀ ହୋଇ ରହିବାକୁ ଚାହୁଁଛି । ମୋତେ ଆଉ ଖୋଜନି । ମୁଁ ମୋ କଲେଜ ଅଧ୍ୟକ୍ଷଙ୍କୁ ବି କ୍ଷମା ମାଗୁଛି ।’ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ଏଭଳି କିଛି ବୟାନ ଦେଇଛନ୍ତି ସୁଭାସିନି । ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ନିଖୋଜ ହୋଇଥିବା ଛାତ୍ରୀ ସୁଭାସିନୀ ମଲ୍ଲିକ ଏକ ଭିଡିଓ ପୋଷ୍ଟ କରି ତାଙ୍କ ବାପା ଓ କଲେଜ ଅଧ୍ୟକ୍ଷଙ୍କୁ ଏଭଳି ନିବେଦନ କରିଛନ୍ତି ।

ସେ ଭିଡିଓରେ ସିଧାସଳଖ ତାଙ୍କ ବାବାଙ୍କୁ କହିଛନ୍ତି ଯେ, ସେ ନିଖୋଜ ହୋଇନାହାନ୍ତି ବରଂ ସେ ଯେଉଁ ପୁଅକୁ ଭଲ ପାଉଥିଲେ ତାଙ୍କ ସହ ପଳାଇଯାଇଛନ୍ତି । ତେଣୁ ତାଙ୍କୁ ଆଉ ଖୋଜା ଖୋଜି କରିବା ଆବଶ୍ୟକ ନାହିଁ । ସେ ଯେମିତି ଅଛନ୍ତି ଯେଉଁଠି ଅଛନ୍ତି ଖୁସିରେ ଅଛନ୍ତି ।

ସୁଭାସିନୀ ଆହୁରି କହିଛନ୍ତି ଯେ, ‘ଆମେ ଦୁଇ ଜଣ ପରସ୍ପରକୁ ଅନେକ ଦିନ ହେବ ଭଲପାଉଥିଲୁ । କିନ୍ତୁ ପରିବାର ଲୋକ ଏଥିରେ ରାଜି ନଥିଲେ । ରାଜି ନହେବାରୁ ଆମେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ । ଯେଉଁ ପୁଅକୁ ମୁଁ ଭଲ ପାଉଥିଲି, ତାଙ୍କର ଅନ୍ୟତ୍ର ବିବାହ ହେବାକୁ ଯାଉଥିଲା । ତେଣୁ ମୁଁ ତାଙ୍କୁ ବାଧ୍ୟ କଲି ମୋତେ ନେଇକି ଯାଅ । ମୁଁ ହିଁ ତାଙ୍କୁ ବାଧ୍ୟ କରିଥିଲି, ମୁଁ ମୋ ନିଜସ୍ୱ ଇଚ୍ଛାରେ ତାଙ୍କ ସହ ଆସିଛି । ଏଥିପାଇଁ ଆଉ କେହି ଦାୟୀ ନୁହନ୍ତି । ସେ ମୋତେ ନୁହେଁ, ମୁଁ ତାଙ୍କୁ ନେଇକି ଆସିଛି । ମୋତେ ସମସ୍ତେ କ୍ଷମା କରିଦିଅ । ସମସ୍ତଙ୍କ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଏଭଳି ଭିଡିଓ କରିବାକୁ ନିଷ୍ପତ୍ତି ନେଲି ।’

ସୂଚନାଯୋଗ୍ୟ, ଗତ ଜୁଲାଇ ୨ ତାରିଖରେ ସୁଭାସିନୀ ହଷ୍ଟେଲ ରେଜିଷ୍ଟରରେ ମାମୁଁଙ୍କ ସହ ବାହାରକୁ ଯାଉଛି କହି ବାହାରିଥିଲେ । ହେଲେ ଆଉ ହଷ୍ଟେଲକୁ ଫେରି ନଥିଲେ । ଏହାପରେ ସୁଭାସିନୀ କେଉଁଆଡ଼େ ଗଲେ ତାକୁ ନେଇ ଚର୍ଚ୍ଚା ହୋଇଥିଲା । କେହି କେହି ନିଖୋଜ ହୋଇଥିବା ସନ୍ଦେହ କରୁଥିବା ବେଳେ କେହି କେହି ପ୍ରେମିକଙ୍କ ସହ ଫେରାର ହୋଇଥିବା କଥା କହୁଥିଲେ ।

ତେବେ ଦେଖନ୍ତୁ ପୁରା ଭିଡିଓ । ଯାହାକୁ ପୋଷ୍ଟ କରିଛନ୍ତି ନିଜେ ସୁଭାସିନୀ ମଲ୍ଲିକ୍ ।