/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657284768.jpg)
Draupadi Murmu
ନବୀନଙ୍କୁ ଧନ୍ୟବାଦ ଦେଲେ ଦ୍ରୌପଦୀ । କହିଲେ ଭାଇ ଭଳି, ସାହଯୋଗ ମାଗିବା ଆଗରୁ ସମର୍ଥ କରିଛନ୍ତି ନବୀନ । ନିଜକୁ ଭଉଣୀ ଶୁଭଦ୍ରା ଓ ନବୀନଙ୍କୁ ଜଗନ୍ନାଥ ଦର୍ଶାଇ ଭାଇ ସମ୍ବୋଧନ କରିଛନ୍ତି ଦ୍ରୌପଦୀ । ସେ କହିଛନ୍ତି, ‘ସମର୍ଥନ ମାଗିବା ପୂର୍ବରୁ ବିଜେଡିର ସହଯୋଗ ମିଳିଛି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।’
ଦ୍ରୌପଦୀଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡି ବିଧାୟକ-ସାଂସଦଙ୍କ ଠାରୁ ଔପଚାରିକତା ଦୃଷ୍ଟିରୁ ସମର୍ଥନ ଲୋଡ଼ିଛନ୍ତି ।
ଆଜି ସକାଳେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପାରମ୍ପରିକ ବାଜା ସହିତ ନାଚି ଗାଇ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସ୍ୱାଗତ କରିଥିଲେ ଉଭୟ ବିଜେପି ଓ ବିଜେଡି ନେତା । ବିମାନବନ୍ଦରରୁ ବିଧାନସଭା ଯାଇ ବିଜେଡି ବିଧାୟକ ଓ ସାଂସଦଙ୍କ ସହ ସେ ବୈଠକ କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ରାଜ୍ୟ ଅତିଥି ଭବନକୁ ଯାଇ ବିଜେପି ସାଂସଦ ଓ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ ।
ଏହା ପରେ ସେ ଯାଇଥିଲେ ନବୀନ ନିବାସ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଠି ଭୋଜନ କରିବା ସହିତ ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଆଲୋଚନା କରିଥିଲେ । ପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ବିମାନବନ୍ଦରକୁ ଯାଇଥିଲେ । ସେଠାରୁ ସଆ ସିଧା ଲକ୍ଷ୍ନୌ ଅଭିମୁଖେ ବାହାରିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)