• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Corona
ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ, ପୂର୍ବରୁ ଏମିତି ପରିସ୍ଥିତି ଆସିନଥିଲା

ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ସକ୍ରମିତ କେବେ ବି ଚିହ୍ନଟ ହୋଇନଥିଲେ । ଏଭଳି ସଂଖ୍ୟା ଯୋଗୁଁ ସମସ୍ତଙ୍କ ମନରେ ଛନକା ପଶିଛି । କ’ଣ ହେବ ଭବିଷ୍ୟତ ? ପୁଣି ଥରେ ହେବ କି ଲକ୍‌ଡାଉନ୍‌ ? ନା ୱିକେଣ୍ଡ ସଟ୍‌ଡାଉନ୍‌କୁ ଦିଆଯିବ ଗୁରୁତ୍ୱ ?

cycle
ମାତ୍ର ୭ ହଜାର ଦରମା, ଦିନକୁ ୨ ଶହ କିମି କରୁଛନ୍ତି ସାଇକେଲ୍‌ରେ ଯାତ୍ରା...

ପରିବାର ପ୍ରତିପୋଷଣ ପାଇଁ ସାକ୍ଷୀଗୋପାଳରୁ ଭୁବନେଶ୍ୱରକୁ କରନ୍ତି ଯାତ୍ରା....ମୁଣ୍ଡରେ ଥାଏ ହେଲମେଟ୍‌, ହାତରେ ଥାଏ କୋରିଅର୍‌ ପ୍ୟାକେଟ୍‌

Odisha Omicron
ଓମିକ୍ରନ୍‌ର ଚୌକା-ଛକା, ରାଜ୍ୟରେ ପୁଣି ୨୪ ସଂକ୍ରମିତ

ଓଡ଼ିଶାରେ ବଢ଼ୁଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି । ଆଗକୁ ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । 

containment zones
 ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି।

Covid19 cases explode in Odisha
ହଠାତ୍‌ ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମଣ, ଦିନକରେ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ

ପୁଣିଥରେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଦିନକରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Teachers
ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି, ସର୍ବଦଳୀୟ ବୈଠକରେ ହେବ ବଡ଼ ନିଷ୍ପତ୍ତି

ଭୋଟ୍ ପୂର୍ବରୁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ଭରପୂର ଉଦ୍ୟମ କରୁଥିବା ବେଳେ ଫୋକସ୍‌ରେ ଅଛନ୍ତି  ଶିକ୍ଷକ । ତେବେ ଶିକ୍ଷକଙ୍କୁ ହଠାତ୍ ଏତେ ଗୁରୁତ୍ୱ ଦିଆଯିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

10th  Exam
ମାଟ୍ରିକ୍ ପିଲାଙ୍କ ପାଇଁ ପ୍ରଥମ ଥର ସମ୍ମେଟିଭ ପରୀକ୍ଷା

ଓମିକ୍ରନ୍‌ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ ।

Covid Vaccine
ବଢ଼ିଲା ଚିନ୍ତା ‘ଶରୀରରେ କରୋନା ଟିକାର ପ୍ରଭାବ ମାତ୍ର ୬ ମାସ’

ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ । ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ।

Crime
ଝିଅଙ୍କ ବିବାହ ବୟସ ୨୧କୁ ନେଇ ବିବାଦ ! ‘ବଢ଼ିବ ଅବିବାହିତ ମାତୃତ୍ୱ ସଂଖ୍ୟା ଆଉ ଭୃଣ ହତ୍ୟା’

୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ? ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।

LOKA SEVAK
ମାଡ଼ିଆସିଲାଣି କରୋନା ! ୧୦ ଦିନରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ସେତିକି ପ୍ରସ୍ତୁତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ଓମିକ୍ରନ୍ ଭ୍ୟାରିଏଣ୍ଟ ବଢୁଛି, ଓଡ଼ିଶାରେ ବି ବଢ଼ିବା ଆରମ୍ଭ ହୋଇଛି । ତେଣୁ କୋଭିଡର ଉତ୍ତମ ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Market Building
ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ ବନ୍ଦ !

ଗ୍ରାହକଙ୍କୁ ଧମକ ଚମକ ଦେବା ସହ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି । ଗାଡ଼ି ଭଙ୍ଗାରୁଜା କରୁଛନ୍ତି ବୋଲି ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

Girl Students Allege Misbehaviour By Teachers
ସାର୍ କହୁଛନ୍ତି… ତୁ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ

‘ସାର୍ ସେ ଝିଅର ଆଇଡେଣ୍ଟିଟି କାର୍ଡ ଧରିକି କହୁଛନ୍ତି… ତୁ ତ ଆଗରୁ କେତେ ସୁନ୍ଦର ଥିଲୁ… ଏବେ କେତେ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ… ପ୍ରୋଟିନ୍ ପିଉନୁ…’ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ କଲେଜରେ ଶିକ୍ଷକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ରୀ।

Matric Summative-1 Exams
ଆସନ୍ତାକାଲିଠୁ ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା, ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍‌ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବେ।

Salary Hiked Of Junior Teachers
୫୦% ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦% ବୃଦ୍ଧି କରାଯାଇଛି। ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭,୪୦୦ରୁ ୧୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

cold wave
ଆହୁରି ବଢ଼ିପାରେ ଶୀତ, ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ତାପମାତ୍ରା

ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Primary schools not to reopen
ଆସନ୍ତାକାଲିଠୁ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ, ନିଷ୍ପତ୍ତି ସ୍ଥଗିତ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ସ୍କୁଲ୍‌ ଖୋଲିବାର ଥିଲା। ହେଲେ ଏବେ ଏହି  ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

Anubhav Mohanty
କଟକର ଏହି ଘରେ ତିଆରି ହେଉଛି ଜାଲ୍ କାଗଜପତ୍ର ! ଚର୍ଚ୍ଚାରେ ଅନୁଭବ

ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି । ଏବେ ଅନୁଭବ କହିଲେଣି, ତାଙ୍କ ପତ୍ନୀ ବର୍ଷା ବି କାଗଜପତ୍ର ଜାଲିଆତି କରିଛନ୍ତି ।

Hang Till death
ଘରୋଇ କଲେଜ ହଷ୍ଟେଲରୁ MBA ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଇନ୍ଫୋସିଟି ଥାନା ଅଞ୍ଚଳର ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷରେ ପାଠପଢ଼ୁଥିଲେ ।

Teacher
ମୁଖ୍ୟମନ୍ତ୍ରୀଙ୍କ ନୂଆ ଥୋପ ! ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ହେବେ ନିୟମିତ

୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ କୋହଳ କରିଛନ୍ତି ।

Ganja
ଭାଙ୍ଗ ମଞ୍ଜିକୁ FSSAI ମାନ୍ୟତା; ଗଞ୍ଜେଇରୁ ତିଆରି ହୋଇପାରିବ ଖାଦ୍ୟ ସାମଗ୍ରୀ !

ଗଞ୍ଜେଇରୁ ବି ତିଆରି ହୋଇପାରିବ ଖାଦ୍ୟ ସାମଗ୍ରୀ । ଭାଙ୍ଗ ମଞ୍ଜିକୁ FSSAI ମାନ୍ୟତା ପରେ ଚାଷ ସପକ୍ଷରେ ପୁଣି ତଥାଗତଙ୍କ ଯୁକ୍ତି । ଏଠୁ ଉତ୍ପାଦିତ ଗଞ୍ଜେଇ ନୁହେଁ ଖାଦ୍ୟ ଉପଯୋଗୀ: ଫୁଡ୍ ସେଫ୍ଟି କମିଶନର ।

Odisha Scheme
ଆସୁଛି ପଞ୍ଚାୟତ ନିର୍ବାଚନ, ଭୋଟରଙ୍କୁ ହାତେଇବାକୁ ଥୋପ ପରେ ଥୋପ

୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ଣପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ ।

Tourist
କରୋନାର କରାଳ ଛାୟା ଭିତରେ ବିଦାୟ ନେଇଗଲା ୨୦୨୧, ରାତି ପାହିଲେ ୨୦୨୨

ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ ।

crime
ସ୍ମାର୍ଟ ସିଟିରେ ସ୍ମାର୍ଟ ଠକ, ପୋଲିସର ବଢୁଛି ଚିନ୍ତା

ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।

Teachers
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ, ବଢ଼ିବ ଦରମା

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନିଷ୍ପତ୍ତି ହୋଇଛି।  ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

slum dwellers
୫ ମହାନଗର ପାଇଁ ‘ଜାଗା ମିଶନ’, କ୍ୟାବିନେଟର ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ।