/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657167244.jpg)
Daitari Panda
ପୁଣି ବିବାଦରେ ଦୈତାରୀ ପଣ୍ଡା । ଯାତ୍ରା ଜଗତର ଲୋକପ୍ରିୟ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ପୁଣି ଆସିଲା ଅଭିଯୋଗ । ଟଙ୍କା ନେଇ କାମ କରୁନଥିବା ଭଳି ଅଭିଯୋଗ ଆସିଛି ଦୈତାରୀ ପଣ୍ଡାଙ୍କ ନାଁରେ ।
Advertisment
ଅଭିଯୋଗ ଅନୁଯାୟୀ ପାର୍ବତୀ ଗଣନାଟ୍ୟଠାରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇଛନ୍ତି ଦୈତାରୀ । ହେଲେ ଯାତ୍ରା ପାର୍ଟିରେ ଯୋଗ ଦେଉନାହାନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀ ମିଡିଆ ହାଉସ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ । ସେ ବାଲେଶ୍ୱର ଔପଦା ଥାନାରେ ଏତଲା ଦେଇଛନ୍ତି ।
ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ ମଧ୍ୟ ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରେ ପହଞ୍ଚୁ ନାହାନ୍ତି । ଏନେଇ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । ତେବେ ଏହି ଟଙ୍କା ନେବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)