Advertisment

ରୁଚିକାଙ୍କ ମା’ କଲେ ସାଂଘାତିକ ଅଭିଯୋଗ- ଝିଅର ଆତ୍ମହତ୍ୟା ପଛରେ ବଡ଼ବଡ଼ିଆଙ୍କ ହାତ !

ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ।

author-image
Rajalaxmi Sahoo
BJB College girl student Ruchika death case

BJB College girl student Ruchika death case

ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆଜି ଦଶାହ। ହେଲେ ଏବେବି ପୋଲିସ୍‌ର ହାତ ଖାଲି। ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। 

Advertisment

ଏପରିକି ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ। ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରୁଚିକାଙ୍କ ମା’ କହିଥିଲେ, ‘ ମୋ ଝିଅ ମରିବାର ୧୦ ଦିନ ହେଲାଣି। ହେଲେ ଏଯାଏ ନ୍ୟାୟ ମିଳିପାରିନି। ମୋ ଝିଅକୁ ନ୍ୟାୟ ଦେଇପାରିଲେନି ହେଲେ ମୋତେ ରାଜରାସ୍ତାରୁ ଉଠାଇ ନେଉଛନ୍ତି। ମୋ ଦେହରେ କେହି ହାତ ଦେଲେ ମୁଁ ଅନର୍ଥ କରିଦେବି।’

Advertisment

ରୁଚିକାଙ୍କ ମା’ ଆହୁରି କହିଛନ୍ତି, ‘ପୋଲିସ୍‌ ଏଯାଏ ହତ୍ୟାକାରୀଙ୍କୁ ଧରିପାରି ନାହିଁ। ବଡ଼ବଡ଼ିଆଙ୍କୁ ଧରି ନାହାନ୍ତି। ଏହି ଘଟଣା ପଛରେ ବଡ଼ବଡ଼ିଆଙ୍କ ହାତ ଅଛି। ସେଥିପାଇଁ ପୋଲିସ୍‌ ସେମାନଙ୍କୁ ଧରୁ ନାହାନ୍ତି।’

ଅନ୍ୟପଟେ, ଆତ୍ମହତ୍ୟା ପାଇଁ ଦାୟୀ ୩ ସିନିୟରଙ୍କ ପାଖରେ ପହଞ୍ଚିବା ଲାଗି ଶେଷରେ ଜଣେ ମନସ୍ତତ୍ୱବିତଙ୍କ ସହଯୋଗ ନେଇଛି ପୋଲିସ। ପୁଣି ଥରେ ବୟାନ ଦେଇଥିବା ସମସ୍ତ ଜୁନିୟର ଛାତ୍ରୀଙ୍କୁ ଜେରା ହୋଇଛି । ଚାପ କିମ୍ବା ଭୟରେ କେହି ସଠିକ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତର୍ଜମା କରାଯାଇଛି। 

BJB College Student Death Ruchika Death Case
Advertisment
Advertisment