• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଟ୍ରେଣ୍ଡ ଏବେ ୫ ଶହରୁ ୬ ଶହ ଭିତରେ । ଗତ ତିନି ଦିନର ସଂକ୍ରମଣର ଟ୍ରେଣ୍ଡ ଦେଖିଲେ, ଜୁଲାଇ ୮ରେ ୫୧୨, ଜୁଲାଇ ୯ରେ ୫୭୬, ଜୁଲାଇ ୧୦ରେ ୫୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ଅଧିକ ଟେନସନ୍ ଦେଉଛି ଖୋର୍ଦ୍ଧା ଜିଲ୍ଲା । ସମୁଦାୟ ସଂକ୍ରମଣ ଭିତରୁ ୨ଶହରୁ ୩ ଶହ ଟ୍ରେଣ୍ଡ କେବଳ ଖୋର୍ଦ୍ଧା ଜିଲ୍ଲାରୁ । ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଚିହ୍ନଟ ହୋଇଛନ୍ତି ।

ସେପଟେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୬ ହଜାର ୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗର ଫୋକସ୍‌ରେ ଏବେ କୋଭିଡ୍ ଟେଷ୍ଟିଂ । କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଳା ଦରଜ, ଅଣନିସ୍ୱାଶୀ ଲାଗିବା, ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଦୈନିକ ୨୫ ହାଜର ଟେଷ୍ଟିଂ ପାଇଁ ବି ଲକ୍ଷ୍ୟ ରଖିଛି ବିଭାଗ ।

ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ ସଂକ୍ରମଣ ବଢୁଥିଲେ ମଧ୍ୟ ସବୁ କେସ୍ ମାଇଲଡ୍ ରହୁଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ୧୫ରୁ ୫୯ ବୟସ ମଧ୍ୟରେ ଲୋକଙ୍କୁ ତୃତୀୟ ଡୋଜ ମାଗଣାରେ ଦେବାକୁ ଆବଶ୍ୟକ ହେଲେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଅନୁରୋଧ କରିବ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ଏବେ ବି ରାଜ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ରହିଛି । ଉପର ମୁହାଁ ଟ୍ରେଣ୍ଡ ଆଉ କିଛି ପରିମାଣରେ ବଢିପାରେ ମାତ୍ର ଭୟଙ୍କର ହେବ ନାହିଁ । ଖୁବ୍ ଶୀଘ୍ର ଏହା ତଳମୁହାଁ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହଯାଇଛି ।

ସେପଟେ ଭୁବନେଶ୍ୱର ମହାନଗର ନିଗମରେ ବଢିଚାଲିଥିବା ସଂକ୍ରମଣକୁ ଦେଖି କଟକଣା କଡାକଡି କଲା ବିଏମ୍‌ସି । ମାସ୍କ ଓ ସାମାଜିକ ଦୂରତାକୁ କଡାକଡି ପାଳନ କରିବାକୁ ପାରମର୍ଶ ଦେଇଛି ବିଏମ୍‌ସି । ଠେଲା, ଜଳଖିଆ, ଚା’, ଲସି, ଗୁପଚୁପ୍ ଦୋକାନ ଆଗରେ ଯେମିତି ଗହଳି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଦେକାନୀଙ୍କୁ ତାଗିତ କରାଯାଇଛି । ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ କୁହାଯାଇଛି ।

ସେହିପରି ମଲ୍‌ଗୁଡିକରେ ସୋସିଆଲ୍ ଡିଷ୍ଟାନସ୍ ଓ ମାସ୍କ ବାଧ୍ୟତାମୂଳକ କରିବା ଲାଗି ଜଣେ ସ୍ୱତନ୍ତ୍ର ଅଧୀକାରୀଙ୍କୁ ରଖିବାକୁ ମଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । କୋଭିଡ କଟକଣା ପାଳନ ପାଇଁ ସବୁ ସ୍ପା ଓ ସେଲୁନକୁ କୁହାଯାଇଛି । ନିମୟ ଉଲଂଘନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ବିଏମ୍‌ସି । ସେପଟେ ସଂକ୍ରମଣ ବଢୁଥିବାରୁ ଯେଉଁମାନେ ପ୍ରିକସନ୍ ଡୋଜ୍ ନେଇ ନାହାଁନ୍ତି ଶିଘ୍ର ନେବାକୁ କୁହଯାଇଛି । ପ୍ରଥମ, ଦ୍ୱୀତୀୟ ଲହର ବେଶ ଘାତକ ଥିଲା । ଆଉ ତୃତୀୟ ଲହରରେ ସଂକ୍ରମଣ ଦୃତ ଗତିରେ ବଢିଥିଲେ ମଧ୍ୟ ବେଶି ଘତାକ ନଥିଲା । ଏବେ ବଢ଼ୁଥିବା ସଂକ୍ରମଣ କେତେ ଘାତକ ହେଉଛି ତା ଉପରେ ନଜର ରହିଛି ।