/odishatv-khabar/media/post_attachments/uploadimage/library/16_9/16_9_0/s_1657105726.jpg)
Bhubaneswar MCA girl student suicide: Police arrests boyfriend
ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାସଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍କୁ ଭିତ୍ତି କରି ସତ୍ୟପ୍ରକାଶଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ୨୦୧୪ ମସିହାରୁ ସତ୍ୟପ୍ରକାଶ ଓ ଆଶ୍ରିତା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟ ତିହଡ଼ି ଗାଁର। ତେବେ ଆଶ୍ରିତାଙ୍କ ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚାକୁ ଆସିଛି। ଆଉ ଜଣେ ଯୁବକଙ୍କ ସହିତ ଆଶ୍ରିତାଙ୍କ ସମ୍ପର୍କ ଥିବା ସନ୍ଦେହ କରି ଗତ ୪ ତାରିଖରେ ତାଙ୍କୁ ସତ୍ୟ ମାଡ଼ ମାରିଥିବା ସୂଚନା ମିଳିଛି। ସେହି ଦିନ ହିଁ ଆଶ୍ରିତା ଆତ୍ମହତ୍ୟା କରିଥିଲେ।
ସୁଇସାଇଡ୍ ନୋଟ୍ରେ ସତ୍ୟ ତାଙ୍କୁ ନିର୍ଯାତନା ଦେଇଥିବା କଥା ଆଶ୍ରିତା ଉଲ୍ଲେଖ କରିଥିଲେ। ଏହା ତାଙ୍କୁ କଷ୍ଟ ଦେଇଥିବାରୁ ଆଶ୍ରିତା ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।
#ସୁଇସାଇଡ୍_କଲା_ଗର୍ଲଫ୍ରେଣ୍ଡ୍#ବନ୍ଧା_ହେଲା_ବୟଫ୍ରେଣ୍ଡ୍
ଭୁବନେଶ୍ୱରରେ MCA ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆମୋଡ଼...#StudentSuicide#MCAGirlStudentSuicide#Bhubaneswar#Odishapic.twitter.com/UUYfIPoLeR— ଓଟିଭି (@otvkhabar) July 6, 2022
ସୂଚନାଥାଉ କି, ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିବା ବେଳେ ଆଶ୍ରିତା ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)