• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଲୋୟର ପିଏମ୍‌ଜିରେ ଚଳାଇଥିବା ଅନଶନ ଭାଙ୍ଗିଲେ ରୁଚିକାଙ୍କ ମାଆ । ଚାଷୀ ନେତା ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ଅନଶନ ଭାଙ୍ଗିଲେ । ତେବେ ରୁଚିକାଙ୍କୁ ନ୍ୟାୟ ଦାବିରେ ୧୯ରେ ଓଡ଼ିଶା ବନ୍ଦ ଡାକରା ଦେଲେ ଅକ୍ଷୟ କୁମାର । ଓଡ଼ିଶା ବନ୍ଦରେ ଅନ୍ୟମାନଙ୍କୁ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ କରିବେ କହିଲେ ଅକ୍ଷୟ । ୧୪-୧୫ରେ ଭୁବନେଶ୍ୱର, ୧୬-୧୭ରେ କଟକରେ ବୁଲିବେ । ବିଭିନ୍ନ କଲେଜ ବୁଲି ପିଲାମାନଙ୍କୁ ବୁଝାଇବେ ରୁଚିକାଙ୍କ ମା ଓ ଅକ୍ଷୟ କୁମାର । ୧୭ରେ ପୋଲିସ ଡିଜି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି କହିଛନ୍ତି ଅକ୍ଷୟ ।

ଦୁଇ ଦିନ ପୂର୍ବରୁ ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ରୁଚିକାଙ୍କ ମାଆଙ୍କ ସହ ଅନ୍ୟ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଥିଲା । ଦିନ ୧୦ଟା ବେଳେ ବିଜେବି କଲେଜ ଆଗରେ ଧାରଣାରତ ରୁଚିକାଙ୍କ ମା‌ଆଙ୍କୁ ପୋଲିସ ଘୋଷାରୀ ଘୋଷାରୀ ନେବାର ଦୃଶ୍ୟ ବେଶ୍‌ ହୃଦୟବିଦାରକ ଥିଲା । ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।

ରୁଚିକାଙ୍କ ମାଆଙ୍କ ସମେତ ସମସ୍ତ ଆନ୍ଦୋଳନରତ ଛାତ୍ରଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ବି ଉଠାଇ ନେଇଥିଲା । ପୂର୍ବରୁ ସକାଳୁ ସକାଳୁ ଧାରଣାସ୍ଥଳର ଟେଣ୍ଟ ଭାଙ୍ଗି ଦେଇଥିଲା ପୋଲିସ । ଆନ୍ଦୋଳନକାରୀ ଧାରଣାରେ ବସିବାକୁ ଗେଟ ସମ୍ମୁଖରେ ପହଞ୍ଚିବା କ୍ଷଣି କାହାକୁ ଟେକି ନେଇଥିଲେ ତ ଆଉ କାହାକୁ ରାସ୍ତାରେ ଘୋଷାରି ଘୋଷାରି ନେଇ ଗାଡିରେ ଭର୍ତ୍ତି କରିଥିଲା ପୋଲିସ ।

ତେବେ ଗତକାଲି ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ୧୧ ଦିନ ପରେ ପ୍ରେସମିଟ୍ କରି ଭୁବନେଶ୍ୱର ଡିସିପି କହିଥିଲେ, ରୁଚିକାଙ୍କୁ ରାଗିଂ ନେଇ କିଛି ବି ସୁରାକ ମିଳିନି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ଛାତ୍ରୀ ସ୍ୱୀକାର କରିନାହାନ୍ତି । ତଥାପି ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି । ଏପରିକି ପୋଲିସକୁ ସୂଚନା ଦେବାକୁ ଏକ ଗୁପ୍ତ ନମ୍ବର ଦିଆଯାଇଛି । କାହା ପାଖରେ କିଛି ତଥ୍ୟ ଥିଲେ ସେମାନେ ପୋଲିସକୁ ଜଣାଇ ପାରିବେ ବୋଲି ଡିସିପି କହିଥିଲେ । ରୁଚିକାଙ୍କ ମୋବାଇଲରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥାଇପାରେ ତେଣୁ ଡାଟା ରିଟ୍ରାଇଭ୍ ପାଇଁ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ରୁଚିକା ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାଇଡ୍ ନୋଟ୍ କଣ ଭୁଲ ? ରୁଚିକା ଯେଉଁ ୩ ଜଣ ସିନିୟରଙ୍କ କଥା ଲେଖିଥିଲେ ତାହା କଣ ମିଛ ? ରାଗିଂ ପ୍ରମାଣ ମିଳୁନଥିବା କହି ତଦନ୍ତ ବାଟବଣା ଉଦ୍ୟମ କରୁଛି କି ପୋଲିସ୍ ?