ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା।
ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୪୧ ରହିଛି।
ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ ।
ରାଜ୍ୟରେ ବଢି ଚାଲିଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନୂଆ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି।ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବେ।
ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା।
ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୫ ଶହ ଉପରେ। ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍ ଜୋନ୍କୁ ଫେରିଛି। ରେଡ୍ ଜୋନ୍କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି।
କଟକ ଅଡ଼ଶପୁରର ଏକ କଲେଜରୁ ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ବାକି ୨୬ ଜଣ ଛାତ୍ରୀ ରହିଛନ୍ତି।
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି। ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି।
ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଛନ୍ତି।
ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି।
ରାଜ୍ୟରେ ଏବେ ଓମିକ୍ରନ୍ ସହ ଡେଲ୍ଟା ଭାରିଆଣ୍ଟ୍ ସକ୍ରିୟ ରହିଛି। ଯେହେତୁ ଡେଲ୍ଟା ଭାରିଆଣ୍ଟ ଅଧିକ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହାର ୧୦ ହଜାର ତଳେ ରହୁଛି। ତେଣୁ ରାଜ୍ୟରେ କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିବା ଏସ୍ଆରସି କହିଛନ୍ତି।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେବି କିଛି ରାଜ୍ୟରେ ଆକ୍ଟିଭ୍ କେସ୍ ଅଧିକ ରହିଛି। ଶ୍ରେଷ୍ଠ ୧୦ଟି ଆକ୍ଟିଭ୍ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।
ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ କରୋନା ସଂକ୍ରମଣ। ପିକ୍ ଛୁଇଁଲା ବେଳେ ଦୈନିକ ୩୦ ହଜାରରୁ ଅଧିକ ରହିବ ସଂକ୍ରମଣ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ।
ଦେଶରେ କରୋନା ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ଏହାକୁ ହାଲୁକା ଭାବେ ନ ନେଇ ସଜାଗ ହୁଅନ୍ତୁ।
ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଏବେ ସୁଦ୍ଧା ରାଜ୍ୟରେ ସିଭିଅରିଟି ନାହିଁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।
୨ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଅତିରିକ୍ତ ଶାସନ ସଚିବଙ୍କ ସର୍କୁଲାର ଜାରି ପରେ ଗତକାଲି ଏସ୍ଆରସିଙ୍କ ନୂଆ ଗାଇଡଲାଇନ୍ ଜାରି କରିଥିଲେ । ଆଉ ଆଜି ପୂରା ଆକ୍ସନ ମୋଡ୍ରେ ଅଛି ପୋଲିସ ଓ ପ୍ରଶାସନ। ଦେଶର କିଛି ରାଜ୍ୟରେ ଆତଙ୍କ ରଚିଥିବା କରୋନାର ନୂଆ ଷ୍ଟ୍ରେନ୍ ଓଡ଼ିଶା ଆସିବା ପୂର୍ବରୁ ଲୋକେ କେମିତି ସତର୍କ ହେବେ, ସେ ନେଇ ସଚେତନ କରୁଛି ପୋଲିସ। ରାଜଧାନୀର ବିଏମ୍ସି ଓ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଆଜି ବିଭିନ୍ନ […]