Advertisment

ବଢ଼ିଲା କୋଭିଡ୍‌ ସଂକ୍ରମଣ, ରେଡ୍‌ ଜୋନ୍‌କୁ ଫେରିଲା ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍‌ ଜୋନ୍‌କୁ ଫେରିଛି। ରେଡ୍ ଜୋନ୍‌କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି।

author-image
Rajalaxmi Sahoo
Bhubaneswar Back In Red Zone

Bhubaneswar Back In Red Zone

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୨୧୨ ରହିଛି। ଖୋର୍ଦ୍ଧାରୁ କେବଳ ୨୩୭ ପଜିଟିଭ୍‌ ବାହାରିଛନ୍ତି। 

Advertisment

ସେପଟେ ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍‌ ଜୋନ୍‌କୁ ଫେରିଛି। ରେଡ୍ ଜୋନ୍‌କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି। ରାଜଧାନୀରେ ମାସ୍କ ବାଧ୍ୟତାମୂଳକ ହୋଇଛି।  ମାସ୍କ ନପିନ୍ଧିଲେ ଫାଇନ୍ କଟାଯିବ। ଏହାସହ କୋଭିଡ କଟକଣାକୁ ସଠିକ୍‌ ଭାବେ ପାଳନ କରିବାକୁ ମେୟର କହିଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୨୯୨୮ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍‌ ୨୭୯୫ ରହିଛି। 

Advertisment


— I & PR Department, Odisha (@IPR_Odisha) July 9, 2022


— I & PR Department, Odisha (@IPR_Odisha) July 9, 2022

Coronavirus COVID19 Corona Cases In Odisha
Advertisment
Advertisment