• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଭୁବନେଶ୍ୱର ସାଂସଦଙ୍କୁ ଉପେକ୍ଷା । ସରକାରୀ କାର୍ଯ୍ୟକ୍ରମକୁ ଡାକିଲେନି ସରକାର । ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମରେ ସାଂସଦଙ୍କୁ ମିଳିନି ନିମନ୍ତ୍ରଣ । ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜନ ସତ୍ତ୍ୱେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇନି । ଏଭଳି କିଛି ଅଭିଯୋଗ ଖୋଦ୍ ସାଂସଦ ଅପରାଜିତା ଷଢ଼ଙ୍ଗି ନିଜେ କରିଛନ୍ତି ।

ବରମୁଣ୍ଡା ହାଇସ୍କୁଲରେ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ହେବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା, ଦୁଇ ବିଧାୟକ, ଭୁବନେଶ୍ୱର ମେୟରଙ୍କୁ ନିମନ୍ତ୍ରଣ ହୋଇଛି । ହେଲେ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ । ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କୁ ମଧ୍ୟ ଡକାଯାଇନି ।

ଖାଲି ନିମନ୍ତ୍ରଣ ପତ୍ରରେ ନୁହେଁ ବରଂ ସାଂସଦଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବି ଦିଆଯାଇନି । ଏହାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିବା ସହ ସିଧା ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି । ରାଜ୍ୟ ସରକାର ଅସୁରକ୍ଷିତ ମନେ କରୁଛନ୍ତି ନା ଭୟ କରୁଛନ୍ତି ? ଜଣେ ସାଂସଦଙ୍କ ପ୍ରତି ଏପରି ବ୍ୟବହାର କରିବା ରାଜ୍ୟ ସରକାରଙ୍କ ହୀନମାନସିକତା ନା ଅହଂକାର ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ନିମନ୍ତ୍ରଣ ନଥିଲେ ମଧ୍ୟ ଅପରାଜିତା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ଅପରାଜିତାଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।