ରାଜ୍ୟର ବଡ଼ କଲେଜ କୁହାଯାଉଥିବା ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟକୁ ନୋଟିସ୍ କରାଯାଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି ।
ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ କଲେଜ କର୍ତ୍ତୃପକ୍ଷ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼। ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି।
ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି ।
ସେତେବେଳେ ପୋଲିସ କହିଥିଲା- ରାଂଗି ହୋଇନି, ଏବେ କଣ କରିବ?
ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି ।
ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।
ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଲା ପୋଲିସ । ତଥାପି ମିଳିଲାନି ପ୍ରମାଣ ।
କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି ।
ବଡ଼ଗଡ଼ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର । ତେବେ ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି ।
ରାଗିଂ ହେଲେ ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ କହିଲେ ଶିକ୍ଷାବିତ୍ ।
କଡ଼ା ଆଣ୍ଟି ରାଗିଂ ଆଇନ୍ ଆଣିବାକୁ ତେଜିଲା ଦାବି ।
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ସୁଇସାଇଡ୍ ନୋଟ୍ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନର ଧାରଣା । ଗେଟ୍ ଆଗରେ ଧାରଣାରେ ବସିଲେ ନବ ନିର୍ମାଣ ଛାତ୍ର ସଂଗଠନ ।
ରୁଚିକା ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟୁଇଟ୍ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।
କିଏ ସେହି ୩ ସିନିୟର, ଯେଉଁମାନଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବିଜେବି କଲେଜ ଛାତ୍ରୀ । ସିନିୟରଙ୍କ ମାନସିକ ନିର୍ଯାତନା ସହି ନପାରି ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍ରେ ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ...
ଜାଲ୍ ସାର୍ଟିଫିକେଟ ଦେଇ ଯଦି କେହି ଆଡମିଶନ କରିଛନ୍ତି, ତା’ହେଲେ ଆଇନ ଅନୁଯାୟୀ, ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଉ ଯଦି କେଉଁଠି ମଧ୍ୟ ଏପରି ହୋଇଥାଏ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୋଲିସ ବିଭାଗକୁ ସୋସିଆଲ ମିଡିଆ ୟୁଜର କଡ଼ା ସମାଲୋଚନା କରୁଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିବା ସହ ଫଳଫଳ ବଦଳିବା ଆଶଙ୍କା କରିଛି ।
ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଜମିଥିଲା ଭିଡ଼ । ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି ।
ବିଜେବି କଲେଜରେ ୨ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି। ଗଣ୍ଡଗୋଳରେ ୨ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ। ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ।