• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ ନିବାସରେ ଦ୍ରୌପଦୀ । ପୁରୀ ସାଂସଦ ପିନାକୀ ମିଶ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ରାଜ୍ୟ ନେତାଙ୍କୁ ଭୋଟ ମାଗିଛନ୍ତି ଦ୍ରୌପଦୀ । ପ୍ରଥମେ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜେଡି - ବିଜେପି ନେତା ତାଙ୍କୁ ବିମାନ ବନ୍ଦର ପାଖରୁ ପାଛୋଟି ଆଣିବା ବେଳେ ବିମାନ ବନ୍ଦର ବାହାରେ ବିଜେପି ପକ୍ଷରୁ ପାରମ୍ପରିକ ବାଜା ଓ ନୃତ୍ୟର ଆସର ଜମିଥିଲା । ଦ୍ରୌପଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ।

ତେବେ ବିମାନବନ୍ଦରରୁ ବାହାରି ପ୍ରଥମେ ରାଜ୍ୟ ଅତିଥିଭବନରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ସେଠାରୁ ବିଧାନସଭା ଅଭିମୁଖେ ବାହାରିଥିଲେ ଦ୍ରୌପଦୀ । ବିଧାନସଭାରେ ରାଜ୍ୟର ଅନ୍ୟ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ । ପରେ ସେଠାରୁ ନବୀନ ନିବାସ ଯାଇଥିଲେ । ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲେ ଦ୍ରୌପଦୀ ।