/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657602702.jpg)
Tension erupts at a private hospital in Bhubaneswar after a patient dies
ଚିକିତ୍ସା ଅବହେଳା ରୁ ରୋଗୀ ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ନାଚୁଣି ଅଂଚଳର ଶିବରାମ ସାହୁ ଗତ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ସକାଳେ ଅସ୍ତ୍ରୋପଚାର ପରେ ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ହସ୍ପିଟାଲର ନର୍ସ ପରିବାର ଲୋକଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ରୋଗୀ ହୃଦଘାତରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ ।
ତେବେ ଏନେଇ ପରିବାର ଲୋକେ ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହସ୍ପିଟାଲ ଗେଟକୁ ରୋଗୀଙ୍କ ସମ୍ପର୍କୀୟ ତାଲା ପକାଇ କ୍ଷତିପୂରଣ ଦାବିରେ ହୋହାଲ୍ଲା କରିଥିଲେ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ରୋଗୀଙ୍କ ସଂପର୍କୀୟଙ୍କୁ ବୁଝାସୁଝା କରୁଛି । ସେପଟେ ସଂପୃକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)