• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Excise Dept allows 14 dance bars in Bhubaneswar till 12 am
ଆହୁରି ରଙ୍ଗୀନ ହେବ ରାଜଧାନୀର ରାତି, ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଏହିସବୁ ଡ୍ୟାନ୍ସ ବାର୍‌

ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍‌ରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲି ପାରିବ। ଏନେଇ ଅବକାରୀ ବିଭାଗ ଅନୁମତି ଦେଇଛି।

Encounter
ରାଜଧାନୀରେ ପୋଲିସ୍-ଅପରାଧୀ ମୁହାଁମୁହିଁ; ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବାର ସୂଚନା ମିଳିଛି । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନ୍‌କାଉଣ୍ଟର ହୋଇଛି ।

Cyclone Update
Cyclone Update: ଓଡ଼ିଶାରେ ସମୁଦ୍ର ଅଶାନ୍ତ, କୋରାପୁଟରେ ଦିନ ସାରା ଛେଚୁଛି

କୋରାପୁଟ ସମେତ, ପଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ନାରାୟଣପାଟଣାରେ ଆଜି ଏଭଳି ନିର୍ଧୁୁମ ବର୍ଷା ଲାଗି ରହିଛି ।

Cyclone
ବାତ୍ୟା ଅସାନିର କୋପ ! କାକିନାଡ଼ାରେ ସମୁଦ୍ରର ଭୀମକାୟ ରୂପ

ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର ।

SRC Pradeep Jena
Cyclone Update: ପ୍ରବଳ ବର୍ଷା ନେଇ ସୂଚନା ଦେଲେ SRC ପ୍ରଦୀପ ଜେନା

ବାତ୍ୟା ନେଇ ଓଡ଼ିଶାରେ କିଛି ବିପଦ ଆଶଙ୍କା କରୁନାହୁଁ । କେବଳ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୨୮.୬ ମିମି ବର୍ଷା ରେକର୍ଡ ।

Sambit Patra- Pratap Dev
ସମ୍ବିତଙ୍କୁ ପ୍ରତାପଙ୍କ କାଉଣ୍ଟର ଆଟାକ୍ ! ନିର୍ବାଚନ ପୂର୍ବରୁ କେବେ ପୁରୀ ଆସିଥିଲେ ନା ଦେଖିଥିଲେ ?

ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।

Divyang-specific park inaugurated in Bhubaneswar
ଏଣିକି ପାର୍କର ମଜା ନେଇପାରିବେ ଦିବ୍ୟାଙ୍ଗ

ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ପାଇଁ ସ୍ୱତନ୍ତ୍ର ପାର୍କ । ଭିନ୍ନକ୍ଷମ ଶସକ୍ତି କରଣ ମନ୍ତ୍ରୀ ଏହି ପାର୍କର ଉଦଘାଟନ କରିଛନ୍ତି ।

Astadhatu
ଚୋରଙ୍କ ଟେର ପାଉନି ପୋଲିସ ! ଆଖି ପିଛୁଳାକେ ହେଉଛି ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହାଁମୁହିଁ ପିନାକୀ-ସମ୍ବିତ ! ପୁଣି ଆଇନ୍‌ ପଢ଼ାଇଲେ ପୁରୀ ସାଂସଦ

ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି ।

Salary Hiked Of Junior Teachers
ଖୁସି ଖବର ! ବଢ଼ିଲା ପାର୍ଟ ଟାଇମ୍‌ କର୍ମଚାରୀଙ୍କ ଦରମା

ସେମାନଙ୍କ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି ।

SRC Pradeep Jena
ବଦଳିଲା ଦିଗ ! ସ୍ଥଳ ଭାଗ ଛୁଇଁପାରେ ବାତ୍ୟା ଅସାନୀ

କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ । ପୁଣି ସମୁଦ୍ରକୁ ମୋଡ଼ ନେଇପାରେ ।

Bijay Pattnaik
କଂଗ୍ରେସ୍‌ରେ ସାମିଲ ହେବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ?

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।

Congress
ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ହଲ୍ଲାବୋଲ, ନାକେଦମ୍‌ ପୋଲିସ

ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।

Pinaki Mishra
ଏତେ ସରି ହେବା ପରେ ବି ତୋଢ଼ ଯାଉନି ! ପୁଣି ଯୁକ୍ତି କରୁଛନ୍ତି ପିନାକୀ

ରିସେପସନ୍ କାଉଣ୍ଟର ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍‌ ଅନୁମତିରେ ହେବ ।

Cyclone
ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ।

Bishnupada Sethi
ପିଲାମାନେ କାହିଁକି ଦେଲେନି ମାଟ୍ରିକ୍‌ ପରୀକ୍ଷା ? ସବୁ ଡିଇଓଙ୍କୁ ତାଗିଦ କଲେ ସଚିବ

ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି ।

Niranjan-Narsingh
ଦିଲ୍ଲୀରେ ବୈଠକ ପରେ କ’ଣ କହିଲେ ନିରଞ୍ଜନ-ନରସିଂହ.. ?

ପିସିସି ସଭାପତି ପରିବର୍ତ୍ତନ ପାଇଁ ପ୍ରୋସେସିଂ ଆରମ୍ଭ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Temple Idols Theft Case In Bhubaneswar
ରାଜଧାନୀରେ ପୁଣି ମାତିଲେ ମୂର୍ତ୍ତି ଚୋର, ମନ୍ଦିର ଗ୍ରୀଲ୍ କାଟି ଅଷ୍ଟଧାତୁ ମୂର୍ତ୍ତି ନେଇଗଲେ

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ମୂର୍ତ୍ତି ଚୋର। ମନ୍ଦିର ଗ୍ରୀଲ୍  କାଟି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି କରିଛନ୍ତି।

Jenamani Cyclone Update
Cyclone Update: ଆସିଲା ଖୁସି ଖବର ! ‘ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ’

ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

Umashankar Das
Cyclone Update: ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ କହିଲା ପାଣିପାଗ ବିଭାଗ

 ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

vegetable Price
ଲେମ୍ବୁ ପରେ ଟମାଟୋ ମହଙ୍ଗା, କିଲେ ବଦଳରେ ଅଧ କିଲୋ କିଣା

ଲେମ୍ବୁ ପରେ ଏବେ ଟମାଟୋ ମହଙ୍ଗା ହୋଇଛି । ତେଣୁ ଗୃହିଣୀଙ୍କ ହାଣ୍ଡିଶାଳରେ ଏବେ ଟମାଟୋର ଅଭାବ ପଡିଛି । ଯେଉଁଠି କିଛି ଦିନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ବିକ୍ରି ହେଉଥିଲା, ତାହା ଏବେ ୭୦ ଟଙ୍କା ଉପରେ ବିକ୍ରି ହେଉଛି ।

Crackdown on drunken driving in Bhubaneswar
ସାବାଡ଼ ହେବେ ମଦୁଆ ଡ୍ରାଇଭର: ମଦ ପିଇ ଗାଡ଼ି ଚଲାଇଲେ ଖାଲି ଫାଇନ୍‌ ଦେବେ ନାହିଁ ଅଟକ ବି ହେବେ

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆରଟିଓ ଏବଂ ପୋଲିସ ଅଧିକାରୀ ସର୍‌ପ୍ରାଇଜ୍ ଚେକିଂ କରୁଛନ୍ତି। ଗାଡ଼ି ମୋଟରକୁ ଅଟକାଇ ଯାଞ୍ଚ କରୁଛନ୍ତି।

Daily Horoscope
Daily Horoscope 7th May 2022: ସାବଧାନ ! ବୃଷ-ସିଂହ-କନ୍ୟା ରାଶିର ବ୍ୟକ୍ତିଙ୍କ ଘାତ ବାର, ହୋଇପାରେ ଏହି ସବୁ କ୍ଷତି

ଜ୍ୟୋତିଷ ବାଣୀ- ଶରୀର ସୁସ୍ଥ ରହିବା ସହିତ ଗୃହରେ ସୁଖ ଶାନ୍ତି ପାଇବା ପାଇଁ ସରଳ ପ୍ରତିକାର। ପ୍ରତ୍ୟେକ ରବିବାର ଦିନ ସ୍ନାନ ପରେ ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧି ଧୂପ, ଦୀପ, ଲାଲ୍ ମନ୍ଦାର ଫୁଲ, ଦେଇ ତମ୍ବା ପାତ୍ରରେ ଗୁଡ଼ ପାଣିରେ ଆଦିତ୍ୟ ହୃଦୟ ସ୍ତୋତ୍ର ପଢି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ, ଏହା ୪୩ ଟି ରବିବାର କରନ୍ତୁ

Cyclone
ସ୍ପଷ୍ଟ ହେଲା ଚିତ୍ର; ୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି ।

Tara Bahinipati
ପ୍ରକାଶ ମାଝିଙ୍କ ମାମଲାରେ ସତ ଚାପିବାକୁ ଚେଷ୍ଟା କଲେ ରାଜ୍ୟବ୍ୟାପି ହେବ ଆନ୍ଦୋଳନ: ତାରା ବାହିନୀପତି

ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଏବଂ ଭୃଣହତ୍ୟା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଧାୟକ ତାରା ପ୍ରସାଦ ବିହିନୀପତି ।