• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନନ୍ଦନକାନନରେ ଛୁଆ ଜନ୍ମ ଦେଲା ବିରଳ ପ୍ରଜାତିର ୟେଲୋ ଆନାକୋଣ୍ଡା । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିସାହରେ ଏହା ପ୍ରଥମ ଘଟଣା । ଏହି ମାଆ ଆନାକୋଣ୍ଡା ସମେତ ମୋଟ ୪ଟି ୟେଲୋ ଆନାକୋଣ୍ଡାଙ୍କୁ ୨୦୧୯ରେ ମାଡ୍ରାସ କ୍ରୋକଡାଇଲ ବ୍ୟାଙ୍କ୍ ଟ୍ରଷ୍ଟରୁ ନନ୍ଦନକାନନ ଅଣାଯାଇଥିଲା । ଏହାକୁ ମିଶାଇ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଏବେ ୟେଲୋ ଆନାକୋଣ୍ଡାଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ଆନାକୋଣ୍ଡା ସାବକକୁ ଏବେ ଏହାର ତାପମାତ୍ରା ଓ ଆଦ୍ରତା ପାଇଁ ପୃଥକ ଭାବେ ରଖାଯାଇଛି । ଅନ୍ୟ ଆନାକୋଣ୍ଡାଙ୍କଠାରୁ ମଧ୍ୟ ସୁରକ୍ଷିତ ରଖାଯାଇଛି । ଏହାର ଯତ୍ନ ଲାଗି ବିଶେଷଜ୍ଞମାନଙ୍କ ସହାୟତା ନିଆଯାଉଛି ।