• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

BJP
BJD ବିରୋଧରେ BJPର ମୁଦ୍ଦା, 'ଗରିବୀ, ବେକାରୀ ଓ ନାରୀ ନିର୍ଯାତନା'

ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।

School Teacher
ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ମୋବାଇଲ ମନା !

ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସ ରୁମରେ ମୋବାଇଲରେ ବ୍ୟକ୍ତିଗତ କଥା ହୋଇପାରିବେନି ବୋଲି ଗାଇଡ୍‌ଲାଇନ୍‌ ଜାରି ହୋଇଛି ।

cyclone Jawad
ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା, ହେକ୍ଟରକୁ ୧୮ ହଜାର

ଆମ୍ବ, କାଜୁ, ନଡ଼ିଆ ଓ ପାନ ଆଦି ଫସଲ ପାଇଁ ହେକ୍ଟରକୁ ୧୮ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ଏଥିସହ ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ଭାବେ ସର୍ବନିମ୍ନ ୨୦୦୦ଟଙ୍କା ମିଳିବ ।

Kanhaiya Kuma
ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ କିଏ ? ଖୋଲାଖୋଲି ସଭାରେ କହିଲେ କହ୍ନେୟା କୁମାର

ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍‌ ବିଜେଡି ନୁହେଁ । ଓଡ଼ିଶାରେ ବିଜେପିର ଡି ଟିମ୍‌ ହେଉଛି ବିଜେଡି । ଏଠି ଜନ ପ୍ରତିନିଧୀ କିଛି ନୁହନ୍ତି, ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ।

Ajay Bhalla
ଓମିକ୍ରନ୍‌ ଭୟ ! ରାଜ୍ୟକୁ ପଞ୍ଚସୂତ୍ରୀ ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ ଦେଲା କେନ୍ଦ୍ର

ଭିଡ଼ ଏଡ଼ାଇବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ଆବଶ୍ୟକତା ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ କହିବା ସହିତ ନିୟମ ଖିଲାପକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି ।

Srikant Jena
ବିଜେଡିକୁ ଶ୍ରୀକାନ୍ତ ବାଣ, 'ରାଜନୀତି ଛାଡ, OBCକୁ ସାମ୍ୱିଧାନିକ ଅଧିକାର ଦିଅ'

ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ଓବିସିଙ୍କୁ ସାମ୍ୱିଧାନିକ ଅଧିକାର ନଦେଇ ବିଜେଡି କେବଳ ରାଜନୀତି କରୁଛି ବୋଲି ସେ କହିଛନ୍ତି ।

BJP
‘ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ, ମୁଖା ଖୋଲିଛି ନିତି ଆୟୋଗ ରିପୋର୍ଟ ’

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି ।

winter
ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା । ଗତକାଲି ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବନିମ୍ନ ପାରଦ ରେକର୍ଡ କରାଯାଇଛି ।

VOTE
ଏଣିକି ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ବି କରିବେ ସତ୍ୟପାଠ ଦାଖଲ, ଭୁଲ୍ ଥିଲେ ଜେଲ୍‌ ଦଣ୍ଡ

ଭୁଲ୍ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ଜରିମାନା ସହ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଅଧ୍ୟାଦେଶ ଜରିଆରେ ଓଡ଼ିଶା ପଞ୍ଚାୟତିରାଜ ଆଇନରେ ସଂଶୋଧନ କରାଯାଇଛି ।

Dakota
ପୁଣି ଡାକୋଟା ଚର୍ଚ୍ଚାରେ ! ଓଡ଼ିଶା ଆସିବା ନେଇ ବାରମ୍ବାର ଆରମ୍ଭ ହେଉଛି ପ୍ରକ୍ରିୟା

ଡାକୋଟାକୁ ଭୁବନେଶ୍ୱର ଆଣିବା ପରେ ଏହାକୁ ସଂଗ୍ରାହଳୟରେ ସଂରକ୍ଷିତ କରି ରଖାଯିବାକୁ ଯୋଜନା ରଖାଯାଇଛି । ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଛି ଡାକୋଟା । 

Para Badminton
ରାଜଧାନୀରେ ପାରା ବ୍ୟାଡମିଣ୍ଟନ ମହାକୁମ୍ଭ ! ୨୮ରାଜ୍ୟରୁ ୫୫୦ ଆଥଲେଟ୍ ସାମିଲ

କିଏ ଆଶା ବାଡ଼ି ଧରି ଚାଲୁଛି ତ ଆଉ କିଏ ହୁଇଲ ଚେୟାରରେ ବସି ଯାଉଛି । କାହାର ଗୋଟେ ହାତ ନାହିଁ ତ କାହାର ପୁଣି ଗୋଡ଼ ପୋଲିଓ ରୋଗରେ ଆକ୍ରାନ୍ତ  ଆଉ କିଏ ବାମନ ।

Dhana Mandi
ଭାରି କଷ୍ଟ ! କେହି ଶୁଣୁ ନାହାନ୍ତି ଦୁଃଖ, ଜାଡ଼ ଶୀତରେ ଜରି ପାଲ ତଳେ ମଣ୍ଡିରେ ଧାନ ଜଗି ବସିଛି ଚାଷୀ

୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ସେବା ସମବାୟ ସମିତିର ଶହ ଶହ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।

Lokaseva Bhawan
ରେଗୁଲାର ହେବେ ଶିକ୍ଷା ସହାୟକ, ରାଜ୍ୟ କ୍ୟାବିନେଟର ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ ।

Consumer Court
୩୯୯ ଟଙ୍କା ପାଇଁ କଞ୍ଜୁମର କୋର୍ଟ ଦୌଡ଼ୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ! ମିଳିବ ତ ନ୍ୟାୟ ?

ନ୍ୟାୟ ପାଇବା ଲାଗି ଲୋକ ଦୌଡ଼ି ଆସୁଛନ୍ତି । କିନ୍ତୁ ଖୋର୍ଦ୍ଧା କଞ୍ଜୁମର କୋର୍ଟ ପ୍ରାୟତଃ ଅଚଳ । ୩ ଜଣିଆ ଖଣ୍ଡପୀଠର ସଭାପତି ଓ ଜଣେ ସଦସ୍ୟଙ୍କ ପଦ ଖାଲି ପଡ଼ିଛି । ସମାନ ଅବସ୍ଥା ରାଜ୍ୟର ସବୁ କଞ୍ଜୁମର ଫୋରମ୍‌ରେ । ଖାଉଟି ନ୍ୟାୟ ପାଇଁ ଦୌଡ଼ି ଆସୁଥିଲେ ବି ନିରାଶ ହୋଇ ଫେରୁଛନ୍ତି ।

Chitta Palei death Case
ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ, କାରଣ ସଂପର୍କରେ ଏମିତି କହିଲା କ୍ରାଇମବ୍ରାଞ୍ଚ

ଘଟଣାଦିନ ରାତିରେ କାହିଁକି ଚକ୍ରପଡ଼ାର ସେହି ଘରକୁ ଯାଇଥିଲା ଜଗନ୍ନାଥ, ତାକୁ ନେଇ ଉପୁଜିଥିଲା ବିବାଦ । ସେହି ବିବାଦରୁ ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ ।

New Year Party
ବଡ଼ଦିନ-ନୂଆବର୍ଷ ପାଳନ କଟକଣା ଅବଧି ସଂଶୋଧନ

ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍‌ ଜାରି କରିଛନ୍ତି ।

khordha-Balangir
କେବେ ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସରକାରଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର !

ଚୁକ୍ତି ଅନୁଯାୟୀ, ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ୧୧୨ କିଲୋମିଟରକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବା ସହିତ, ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଏବେ ପ୍ରକଳ୍ପର ଏଷ୍ଟିମେଟ ବଢି ୩ ହଜାର ୭୯୧ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି ।

Dharmendra Pradhan
ସଂରକ୍ଷଣ ତାଲିକାରୁ OBC ବାଦ୍ ପଡିବା ପରେ ତେଜିଛି ରାଜନୀତି, ଧର୍ମେନ୍ଦ୍ର-ପ୍ରଣବ ଟ୍ୱିଟ୍‌ ୱାର୍‌

ପଞ୍ଚାୟତ ନିର୍ବାଚନ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର୍ ଓ୍ୱାର୍ ।

Coin
ଘୋଷଣା ହୋଇନି କିନ୍ତୁ ଅଚଳ କରିଦିଆଯାଉଛି, ଅଦରକାରୀ ହୋଇନି କିନ୍ତୁ ଅଛୁଆଁ ! ଜାଣନ୍ତୁ ପୁରା କାହାଣୀ...

ତାରିଣୀଙ୍କ ପୀଠରେ ନୁହଁ, ନବରଙ୍ଗପୁରର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ହୁଣ୍ଡିରେ ବି ପଡ଼ିରହିଛି ହଜାର ହଜାର ଟଙ୍କାର କଏନ୍ । ଏସବୁ କଏନ୍‌କୁ ବ୍ୟାଙ୍କ ନେଉନଥିବାରୁ ଅକଳରେ ପଡ଼ିଯାଇଛନ୍ତି ଏଠାକାର ପୂଜକ ।

Road Accident
ଜାତୀୟ ତୁଳନାରେ ଓଡ଼ିଶାରେ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ, ମନ୍ତ୍ରୀ ରଖିଲେ ତଥ୍ୟ..

କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି ।

Puri
ଓଡ଼ିଆଙ୍କ କଳାକୁ ଭୁଲିଗଲେ ସରକାର, ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ଦକ୍ଷ ଓଡ଼ିଆ ଶିଳ୍ପୀଙ୍କୁ ଅବହେଳା !

ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ ।

Accident
ସରୁନି ରାସ୍ତା କାମ, ବିନା କାରଣରେ ଚାଲିଯାଉଛି ନୀରିହ ଜୀବନ ! ବସ୍‌ ମାଲିକ ଦେଲେ ବଡ଼ ଚେତାବନୀ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ ।

OBC Reservation
OBC ସଂରକ୍ଷଣକୁ ନେଇ ତେଜୁଛି ରାଜନୀତି, ବଢ଼ୁଛି ଅସନ୍ତୋଷ ! ବିରୋଧୀ କହିଲେ ସବୁ ଭୁଲ ସରକାରଙ୍କର

ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

baijayanta Panda
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ ।

Teachers Wanted
ପୁଣି ହେବ ୧୧,୪୦୩ ଶିକ୍ଷକ ନିଯୁକ୍ତି, ସ୍ୱଚ୍ଛତା ଆଣିପାରିବେ ତ ସରକାର ?

ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ସ୍ୱଚ୍ଛତା ନେଇ ରହିଛି ଅନେକ ପ୍ରଶ୍ନବାଚୀ ।