• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 20 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 days ago

KIIT Inquiry: କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? ମାସେ ପରେ ବି ସ୍ଥିତି ଅସ୍ପଷ୍ଟ

କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? କେବେ ହେବ କାର୍ଯ୍ୟନୁଷ୍ଠାନ ? ଉଚ୍ଚସ୍ତରୀୟ କମିଟି ତଦନ୍ତର ଏବେ ସ୍ଥିତି କ‘ଣ ? ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଧାୟକ । More
  • Santosh Kumar Sahoo
  • 3 days ago

Morning Schools: କାଲିଠୁ ସକାଳୁଆ ସ୍କୁଲ୍‌, ସାଢ଼େ ୧୦ରେ ସରିବ କ୍ଲାସ୍‌

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ । More
  • Pragyan Paramita Behera
  • 3 days ago

Burning Issue: ସମ୍ପର୍କରେ ଫାଟ ସୃଷ୍ଟି କରୁଛି Phubbing, କ’ଣ ଏହାର ଅର୍ଥ ?

ଆପଣଙ୍କ ସାଥୀ ବାରମ୍ବାର ମୋବାଇଲ ଉପରେ ଅଧିକ ଧ୍ୟାନ ଦେଲେ,ଆପଣଙ୍କୁ କିପରି ଲାଗିବ ? ଯେପରି ଗୋଟିଏ ଛୋଟ ଯନ୍ତ୍ର ସାମ୍ନାରେ ମଣିଷର କୌଣସି ମୂଲ୍ୟ ନାହିଁ । ଜଣେ ସବୁବେଳେ ଫୋନରେ ବ୍ୟସ୍ତ ରହିଲେ ଅନ୍ୟ ଜଣକ ନିଜକୁ ଗୁରୁତ୍ୱହୀନ ମନେକରେ । ଆଉ ଏହିଠାରୁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଅଧ୍ୟୟନ ଅନୁସାରେ, ଫବିଂ କରୁଥିବା ଲୋକଙ୍କ ସମ୍ପର୍କରେ ବାରମ୍ବାର ଝଗଡ଼ା ହୁଏ, ଭାବପ୍ରବଣ ବନ୍ଧନ ଦୁର୍ବଳ ହୋଇଯାଏ ଓ କଥା ସମ୍ପର୍କ ଭାଙ୍ଗିବା ପର୍ଯ୍ୟନ୍ତ ପହଞ୍ଚିଯାଏ । More
  • Saroj Kumar Jena
  • 3 days ago

Raja Chakra aide arrested: ରାଜା ଚକ୍ରର ଘନିଷ୍ଠ ସହଯୋଗୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ପ୍ରଥମେ ରାଜା ଚକ୍ରକୁ ଗିରଫ କରିବା ପରେ ଗୁରୁବାର କ୍ରାଇମବ୍ରାଞ୍ଚ ରାଜାର ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲକୁ ଗିରଫ କରାଯାଇଛି। ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ସୁଶାନ୍ତକୁ ଗିରଫ କରାଯାଇଛି। ଅର୍ଥନୈତିକ ହେରଫେରରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି। More
  • Tapaswini Nayak
  • 3 days ago

Panchang Today 20th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୬ଷ୍ଠୀ ରାତ୍ରି ୦୨.୪୫ ଗତେ ୭ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶି। ପୁଷ୍କର ଦୋଷ- ରାତ୍ରି ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ। More
  • Saroj Kumar Jena
  • 3 days ago

Tapi Mishra arrested: ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ୟୁଟ୍ୟୁବର୍ ତପି ମିଶ୍ର ଗିରଫ

ଓଲିଉଡ ଅଭିନେତା ତଥା ୟୁଟ୍ୟୁବର୍ ତପି ମିଶ୍ରଙ୍କୁ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କାରଣରୁ ତପିଙ୍କୁ ବୁଧବାର ଗିରଫ କରାଯାଇଛି। ଜନୈକା ଲେଖିକାଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆରେ ଅଶାଳୀନ ବୟାନ ପ୍ରଦାନ କରାଯାଇଥିବା କାରଣରୁ ଭୁବନେଶ୍ୱରର ଇନ୍‌ଫୋସିଟି ପୋଲିସ୍ ଗିରଫ କରିଛି। More
  • Deviprasad Jena
  • 4 days ago

Naba Das Muder: ନବ ଦାସଙ୍କ ହତ୍ୟା ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ୍; ମେଡ଼ିକାଲରୁ ଏୟାରପୋର୍ଟ ଯାଏଁ ତନାଘନା

କ୍ରାଇମବ୍ରାଞ୍ଚ ଘଣ୍ଟାଚକଟା ଭିତରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିବା ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ସଂଗୀନ ଅଭିଯୋଗ ଆଣି କହିଛନ୍ତି, କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଇସିଜି ରିପୋର୍ଟ ନାହିଁ । More
  • Sujit kumar Swain
  • 4 days ago

Shortage Of Doctors: ଡାକ୍ତର ମରୁଡ଼ି: ରାଜ୍ୟରେ ଫାଙ୍କା ପଡ଼ିଛି ୫ହଜାର ୮୩୪ ଡାକ୍ତର ପଦବୀ...

ଲମ୍ବା ଲାଇନରେ ରୋଗୀ, ହେଲେ ଦେଖିବା ପାଇଁ ନାହାନ୍ତି ଡାକ୍ତର। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର।  More
  • Otv Khabar Bureau
  • 4 days ago

BMC Holding Tax Defaulters: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନୂଆ ତାଲିକା କେବେ ଛାଡ଼ିବ BMC

ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା। More
  • Sujit kumar Swain
  • 4 days ago

Subhadra Yojana: ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? ଜାଣନ୍ତୁ କାହିଁକି...

ପ୍ରଥମ କିସ୍ତି ମିଳିଥିଲା, ହେଲେ ଆସିଲାନି ଦ୍ବିତୀୟ କିସ୍ତି ଟଙ୍କା। ଗଞ୍ଜାମ ଖଲିକୋଟର ଛବିତା ବିଶ୍ବାଳଙ୍କ ଭଳି ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? କାହିଁକି ଆସିଲାନି, ଆସିବ କି ନାହିଁ ଘାରିଛି କି ଚିନ୍ତା ? ଜାଣନ୍ତୁ ପୂରା ଘଟଣା... More
  • Deviprasad Jena
  • 4 days ago

Naba Das Murder Mystery: 'ନବ ଦାସଙ୍କ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ । More