Advertisment

Pakhala Dibasa: ହାଣ୍ଡିଶାଳରୁ ହୋଟେଲ, ସବୁଠି ମେଲିଛି ପଖାଳ ପସରା

ମେଲିଛି ପଖାଳ ପସରା । ଦହି ସାଙ୍ଗକୁ ଛୁଙ୍କ ପଖାଳରେ ମହକୁଛି ପୂରା ପରିବେଶ। ଓଡ଼ିଆଙ୍କ ହାଣ୍ଡିଶାଳ ହେଉ କି ହୋଟଲ ଅବା ରେଷ୍ଟୁରାଣ୍ଟ। ସବୁଠି ଝଟକୁଛି ପଖାଳ କଂସା, ମହକୁଛି ଭଳି କି ଭଳି ଭଜା, ପୋଡ଼ା ଓ ତିଅଣର ବାସ୍ନା। ଆଜି ପଖାଳ ଦିବସ ଅବସରରେ ଚାଇଁ ପଖାଳ, ଜିରା ପଖାଳ, ବାସି ପଖାଳର ମଜା ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତିଟି ଓଡ଼ିଆ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Pakhala Divas

Pakhala Divas

ମେଲିଛି ପଖାଳ ପସର। ଦହି ସାଙ୍ଗକୁ ଛୁଙ୍କ ପଖାଳରେ ମହକୁଛି ପୂରା ପରିବେଶ। ଓଡ଼ିଆଙ୍କ ହାଣ୍ଡିଶାଳ ହେଉ କି ହୋଟଲ ଅବା ରେଷ୍ଟୁରାଣ୍ଟ। ସବୁଠି ଝଟକୁଛି ପଖାଳ କଂସା, ମହକୁଛି ଭଳି କି ଭଳି ଭଜା, ପୋଡ଼ା ଓ ତିଅଣର ବାସ୍ନା। ଆଜି ପଖାଳ ଦିବସ ଅବସରରେ ଚାଇଁ ପଖାଳ, ଜିରା ପଖାଳ, ବାସି ପଖାଳର ମଜା ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତିଟି ଓଡ଼ିଆ। ଓଡିଆ ପରମ୍ଫରାର ଭଲ ସୁଆଦିଆ ପଖାଳ ସହ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପରଷା ଯାଇଛି। ପୁରୀର ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ରର ମହିଳା ମାନେ ସ୍ବତନ୍ତ୍ର ଭାବେ ପଖାଳ ଦିବସ ପାଳନ କରିଛନ୍ତି।

Advertisment

ଏକଦା ଗରିବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟି ପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଆଗକାଳରେ ସିନା ପଖାଳ ସହ ଶୁଖୁଆ ଥିଲା ପାରମ୍ପରିକ ସାଥୀ। ଏବେ କିନ୍ତୁ ପଖାଳ ସହ ଚୁନା ମାଛଭଜା ଓ ଛତୁ ଆଦି ପରଷା ଯାଉଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଭାଇଚାରାର ସହର କଟକ ନଗରରେ ଆୟୋଜିତ ହୋଇଛି ପଖାଳ ଦିବସ । କଟକର ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦହି ପଖାଳ ସାଙ୍ଗରେ , ଆଳୁ ଚଟଣୀ, ଶାଗ, ବଢି ଚୁରା, ବାଇଗଣ ଭଜା ଓ ବିଲାତି ଚକଟା ର ମଜା ଉଠାଇଛନ୍ତି ଆମନ୍ତ୍ରିତ ଅତିଥୀ ଓ ସାଧାରଣ ଜନତା।

ଓଡ଼ିଆଙ୍କ ପସନ୍ଦ ପଖାଳ। ଏହାର ଉପକାରିତା ମଧ୍ୟ ବେଶ୍‌ ରହିଛି। ପେଟ ଥଣ୍ଡା ରହିବା ସହ ବହୁ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏପରିକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ମଧ୍ୟ ଏହା ଲାଗି ହୁଏ। ତେଣୁ ଓଡ଼ିଆ ଘରର ଏହି ପଖାଳ କଂସାକୁ ବିଶ୍ବ ଦରବାରରେ ପରିଚିତ କରିବାକୁ ୨୦୧୨ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ ହୋଇଆସୁଛି ପଖାଳ ଦିବସ।

Advertisment

ଅଧିକ ପଢ଼ନ୍ତୁ: କଟକିଆଙ୍କ ପ୍ରିୟ ଖାଦ୍ୟ ଦହିବରା...ଯିଏ ଖାଇଛି, ସିଏ ଜାଣିଛି...

Pakhala Dibasa
Advertisment
Advertisment