Advertisment

Tapi Mishra arrested: ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ୟୁଟ୍ୟୁବର୍ ତପି ମିଶ୍ର ଗିରଫ

ଓଲିଉଡ ଅଭିନେତା ତଥା ୟୁଟ୍ୟୁବର୍ ତପି ମିଶ୍ରଙ୍କୁ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କାରଣରୁ ତପିଙ୍କୁ ବୁଧବାର ଗିରଫ କରାଯାଇଛି। ଜନୈକା ଲେଖିକାଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆରେ ଅଶାଳୀନ ବୟାନ ପ୍ରଦାନ କରାଯାଇଥିବା କାରଣରୁ ଭୁବନେଶ୍ୱରର ଇନ୍‌ଫୋସିଟି ପୋଲିସ୍ ଗିରଫ କରିଛି।

author-image
Saroj Kumar Jena
tapi

tapi

ଓଲିଉଡ ଅଭିନେତା ତଥା ୟୁଟ୍ୟୁବର୍ ତପି ମିଶ୍ରଙ୍କୁ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କାରଣରୁ ତପିଙ୍କୁ ବୁଧବାର ଗିରଫ କରାଯାଇଛି। ଜନୈକା ଲେଖିକାଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆରେ ଅଶାଳୀନ ବୟାନ ପ୍ରଦାନ କରାଯାଇଥିବା କାରଣରୁ ଭୁବନେଶ୍ୱରର ଇନ୍‌ଫୋସିଟି ପୋଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ତପି ମିଶ୍ର ଜଣେ ଓଡ଼ିଆ ଲେଖିକା ବନସ୍ମିତା ପତିଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରି ସାର୍ବଜନୀନ ଭାବେ ପୋଷ୍ଟ କରିଥିଲେ।

Advertisment

ମାର୍ଚ୍ଚ ୧୭ ତାରିଖରେ ଏହି ପୋଷ୍ଟଟି କରା ଯାଇଥିଲା। ବନସ୍ମିତା ଏକ ଫେସ୍‌ବୁକ୍ ପୋଷ୍ଟରେ ମନ୍ତବ୍ୟ ଦେଇଥିବା ବେଳେ ତପି ତାଙ୍କୁ ଟାର୍ଗେଟ୍ କରି ଆକ୍ଷେପଜନକ ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ମହା ଶିବରାତ୍ରି ସମୟରେ ତପି ଶିବ ତାଣ୍ଡବ ସ୍ତୋତ୍ର ଗାଇଥିଲେ। ଏହାକୁ ସେ ଲଖିଥିବା ନେଇ ତପି ଦାବି କରିଥିଲେ। ତେବେ ବନସ୍ମିତାଙ୍କ ଲେଖାକୁ ନକଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତପି ଏହାକୁ ଖର୍ଡନ କରି ଏକ ପ୍ରେସ ମିଟ ମଧ୍ୟ କରିଥିଲେ। ତେବେ ଫେସବୁକରେ ଗାଳି କରି ଫସି ଯାଇଥିଲେ ତପି।

ଫେସବୁକରେ ଅଶାଳୀନ କମେଣ୍ଟ ମିଳିବା ପରେ ବନସ୍ମିତା ଇନ୍‌ଫୋସିଟି ଥାନାରେ ଅଭିଯୋଗ ଦାୟର କରିଥିଲେ। ବନସ୍ମିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ତପି ମିଶ୍ରଙ୍କୁ ଗିରଫ କରି କୋର୍ଟକୁ ପଠାଇଥିଲା। ଗିରଫ ହେବା ସମୟରେ ସେ ଧର୍ମକୁ ରକ୍ଷା କରୁଛନ୍ତି ତେଣୁ ଧର୍ମ ତାଙ୍କର ରକ୍ଷା କରିବ ବୋଲି କହିଥିଲେ ତପି। ଏହା ସହିତ ସେ ଶିବ ତାଣ୍ଡବ ଗାଇ ଥିବାରୁ ତାଙ୍କୁ ଷଡଯନ୍ତ୍ର କରି ଗିରଫ କରାଯାଇଥିବା କହିଥିଲେ ତପି ମିଶ୍ର। ନିକଟରେ ତପି ମିଶ୍ର ନିଜ ଅଭିନୀତ ଫିଲ୍ମ ଘମାଘୋଟର ପ୍ରମୋସନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ।

Advertisment

ଅଧିକ ପଢ଼ନ୍ତୁ:  ନବ ଦାସଙ୍କ ହତ୍ୟା ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ୍; ମେଡ଼ିକାଲରୁ ଏୟାରପୋର୍ଟ ଯାଏଁ ତନାଘନା

Tapi Mishra
Advertisment
Advertisment