/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742450207.jpg)
Rift in Paradip BJD
ବାପିଙ୍କୁ ନେଇ ବିଜେଡିରେ ବିସ୍ଫୋରଣ । ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର ତୁଙ୍ଗ ନେତାଙ୍କୁ ଖୋଜିଲେନି କି ଟିକେ ପଚାରିଲେନି । ଯାହାକୁ ନେଇ ଏବେ ଦଳ ଭିତରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ । କାର୍ଯ୍ୟକାରୀ ସଭାପତି କହିଲେ, ବାପି ସର୍ଖେଲ ହେଉଛନ୍ତି "ହାଇଜାକ୍ ପାର୍ଟି" ।
ପାରାଦୀପ ଏଡିଏମ ଅଫିସରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟି ଶିଳ୍ପମନ୍ତ୍ରୀଙ୍କ ନାଁ ରେ ନାନା ଅଭିଯୋଗ ଆଣିବା ସହିତ ଅନ୍ୟ କେତେଗୁଡିଏ ପ୍ରସଙ୍ଗରେ ଦାବିପତ୍ର ଦେଇଥିଲେ ବାପି ସର୍ଖେଲ । ସାଙ୍ଗରେ କୁଜଙ୍ଗ ବ୍ଲକ ଚେୟାରମ୍ୟାନ, ପାରାଦୀପ ପୌରପାଳିକା ଉପାଧ୍ୟକ୍ଷା ଏବଂ ଆଉ କିଛି ସମର୍ଥକ ଥିଲେ । କିନ୍ତୁ ନଥିଲେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ଵାଳ କି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କିମ୍ବା କେହି ତୁଙ୍ଗ ନେତା । ଏନେଇ ବାପିଙ୍କୁ ପଚାରିବାରୁ ସେ କହିଛନ୍ତି, ଆମର ସମସ୍ୟା ଥିଲା ଆମେ ଆସିଛୁ ସେମାନଙ୍କର ସମସ୍ୟା ହେଲେ ସେମାନେ ଆସିବେ।
ଅଧିକ ପଢ଼ନ୍ତୁ: ଅଭିଯୋଗ ରଖିଲାନି ପୋଲିସ, ଥାନା ଭଙ୍ଗାରୁଜା କଲେ କିନ୍ନର
ବ୍ୟକ୍ତିଗତ କଥାରେ କାହାକୁ ନପଚାରି କାହା ସହିତ ଆଲୋଚନା ନକରି ଦଳକୁ ବ୍ୟବହାର କରିବା ଠିକ ନୁହେଁ, ଏ ନେଇ ଦଳର ହାଇକମାଣ୍ଡଙ୍କୁ ଅବଗତ କରାଯିବ ବୋଲି ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ଵାଳ ଏବଂ ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ।
ସେହିପରି ପାରାଦୀପ ବିଜେଡି କାର୍ଯ୍ୟକାରୀ ସଭାପତି କୁମରବର ନାୟକ ମଧ୍ୟ ବାପିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏସବୁ ଅଭିଯୋଗ ଉପରେ ବାପି ସର୍ଖେଲ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)