ରାଜଧାନୀର ଘର ମାଲିକ ସାବଧାନ୍ ! ବାସସ୍ଥାନ ଉଦ୍ଦେଶ୍ୟରେ ଘର କରି ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଘର ମାଲିକ ଗଣିବେ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି। ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ ପୈଠ କରିବା ପାଇଁ କମିଶନରଙ୍କ ପକ୍ଷରୁ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି । ବାସ ଉଦ୍ଦେଶ୍ୟରେ ଘର କରି ବହୁ ଲୋକ ସେଠାରେ ବ୍ୟବସାୟ କରୁଥିବା ନଜିର ରହିଛି। ତେବେ ଏଭଳି କଡ଼ା ନିୟମ ପରେ ସେମାନେ କ’ଣ କରୁଛନ୍ତି ଦେଖିବାକୁ ବାକି ରହିଲା।
ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ BMC କଟକଣା ଜାରି କରିଛି। ଯଦି ଆଉଟଲେଟ୍ ପାଖରେ ପାର୍କିଂ ସ୍ପେଶ୍ ନାହିଁ, ତା’ହେଲେ ଖାଇବା ବାରଣ କରାଯାଇଛି।
ପ୍ରାଣୀ ଚିକିତ୍ସାଳୟର କୁକୁରର ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍। କୁକୁରଟି କଷ୍ଟ ସହି ନପାରି ଚିତ୍କାର କରୁଛି, ହେଲେ ଯେମିତି କାନ ବୁଜି ଦେଇଛନ୍ତି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ।
ମହାନଗର ନିର୍ବାଚନ ଲାଗି ଆଉ ପାଦେ ଆଗେଇଲା ଭୁବନେଶ୍ୱର ମହାନଗର ନିଗମ(BMC)। ଏନେଇ ବିଏମ୍ସି ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।
ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।