• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଅନ୍ଧ ବିଶ୍ୱାସକୁ ନେଇ ଭୟଙ୍କର ପରିସ୍ଥିତି । ଗଂଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗ୍ରାମରେ ଗଡିଲା ୩ ମୁଣ୍ଡ । ବାପା ଓ ପୁଅଙ୍କ ସମେତ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କୁ ଅଟକ ରଖିଥିବା ବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା, ଖାରିପଲ୍ଲୀ ଟ୍ରିପଲ ମର୍ଡର ସମ୍ପର୍କରେ କହିଲେ ଗ୍ରାମବାସୀ । ପୂର୍ବରୁ ଶତ୍ରୁତା ଥିଲା ଏବେ କିନ୍ତୁ ସବୁ ସୀମା ଡେଇଁଗଲା । ଗୁଣି ଗାରେଡି ସନ୍ଦହେରୁ ପ୍ରଥମେ ଗୋଷ୍ଠୀ ସଂଘର୍ଷ ଓ ପରେ ରକ୍ତର ହୋଲି ଖେଳିଛନ୍ତି ଖାରିପଲ୍ଲୀ ଗାଁର ଦୁଇ ଗୋଷ୍ଠୀ । ସଂଘର୍ଷ ଏତେ ଭୟାନକ ଥିଲା ଯେ, ଘଟଣା ସ୍ଥଳରେ ଖଦାଳ ବେହେରା ଓ ତାଙ୍କ ପୁଅ ରତ୍ନାକର ବେହେରାଙ୍କ ମୃତ୍ୟୁ ଘଟିଛି । ରମେଶ ବେହେରା ନାମକ ଗାଁର ଅନ୍ୟ ଜଣେ ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ଅନ୍ୟ ୪ ଜଣ ଧରାକୋଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

ଖାରିପଲ୍ଲୀ ଟ୍ରିପଲ ମର୍ଡର ପଛରେ କିନ୍ତୁ ଲୁଚି ରହିଛି ସାଙ୍ଘାତିକ ସତ । ୨୦୨୨ ମସିହାରେ ଗୁଣି ସନ୍ଦେହରେ କିଛିଦିନ ବାସନ୍ଦ ହୋଇ ଗାଁ ବାହାରେ ରହିଥିଲେ ଖଦାଳ ବେହେରା ଓ ତାଙ୍କ ପରିବାର । ପରବର୍ତ୍ତୀ ସମୟରେ ପୋଲିସର ହସ୍ତକ୍ଷେପ ପରେ ସେମାନେ ଗାଁରେ ରହିଥିଲେ । ଗାଁର ଅନ୍ୟ ଏକ ଗୋଷ୍ଠୀ ସହ କିନ୍ତୁ ମୃତ ଖଦାଳ ବେହେରାଙ୍କ ପରିବାର ସହ ତିକ୍ତତା ଲାଗି ରହିଥିଲା । ଏପରିକି ବିଭିନ୍ନ ସମୟରେ ଖଦାଳଙ୍କ ପୁଅ ରତ୍ନାକର ଗାଁରେ ଅଶାନ୍ତି ସୃଷ୍ଟି କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ସ୍ଥିତି କିନ୍ତୁ ମଙ୍ଗଳବାର ରାତିରେ ବିଗିଡ଼ିଲା ଯେତେବେଳେ ଗୋଷ୍ଠୀ ସଂର୍ଘଷରୁ ରକ୍ତପାତ ହୋଇଥିଲା ।

ଖାରିପଲ୍ଲୀରେ ଟ୍ରିପଲ ମର୍ଡର ପରେ ଏବେ ପୋଲିସ ଛାଉଣୀ ହୋଇଛି ଗାଁ । ସେପଟେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ରକ୍ତଭିଜା ମାଟି ସଂଗ୍ରହ କରିଛି । ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ହତ୍ୟାକାଣ୍ଡରେ ବ୍ୟବହୃତ କାତି, ଠେଙ୍ଗା ଓ ପଥରକୁ ପୋଲିସ ଜବତ କରିଛି । ଗୁଣି ଗାରେଡିକୁ ନେଇ ଗଂଜାମରେ ଘଟିଥିବା ଗଣ୍ଡଗୋଳ ନୂଆ ନୁହେଁ । ୨୦୧୯ ମସିହାରେ ଗୁଣିଆକୁ ଠାବ କରିବା ପାଇଁ ଖଲ୍ଲିକୋଟ ଗୋପପୁର ଗ୍ରାମରେ ଖଟ ବିଦ୍ୟା କରି ୩ ଜଣକୁ ଧରି ନିଦ୍ଧୁର୍ମ ମାଡ ମାରିବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇ ଦେଇଥିଲେ । ସେହିଭଳି ୨୦୨୦ ମସିହାରେ ରମ୍ଭା ଥାନା ଝାଟିପଦର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟିଥିଲା । ୨୦୨୨ରେ ହୁମା ନିକଟରେ ଜଣେ ବ୍ୟକ୍ତିକୁ ଗୁଣି ସନ୍ଦେହରେ ଅଟକ ରଖାଯାଇଥିଲା । ସେହିଭଳି ୨୦୨୨-୨୩ ମସିହାରେ ଏହି ଖାରିପଲ୍ଲୀ ଗାଁରେ ମୃତ ଖଦାଳ ବେହେରା ଓ ତାଙ୍କ ପୁଅଙ୍କୁ ନେଇ ଗଣ୍ଡଗୋଳ ହୋଇଥିଲା । ଯାହା ଶେଷରେ ଗୋଷ୍ଠୀ ସଂଘର୍ଷର ରୂପ ନେଇ ତିନି ଜଣଙ୍କ ଜୀବନ ଚାଲି ଯାଇଛି ।

ଅଧିକ ପଢ଼ନ୍ତୁ:  'ନବ ଦାସଙ୍କ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now