ଖତରନାକ୍ ସୁନ୍ଦରୀ । ଆଖି ପିଛୁଳାକେ ଠକୁଥିଲେ କୋଟି କୋଟି । ପରିବହନ ନାଁରେ ବଡ଼ ବଡ଼ ଗାଡ଼ିକୁ କରୁଥିଲେ ହାଇଜାକ୍ । ଏମାନଙ୍କ ଚେହରା ଦେଖିବାକୁ ଯେତିକି ସାଧାସିଧା, ଏମାନଙ୍କ କାମ ତା’ଠୁ ବହୁତ ଭୟଙ୍କର । ପରିବହନ ଆଳରେ କୋଟି କୋଟି ଟଙ୍କା ଠକେଇର ଅଭିଯୋଗ ଆସିବା ପରେ ଏବେ ଦୁଇ ରିଂ ମାଷ୍ଟର ସୁନ୍ଦରୀଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ । ଆଉ ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ଖଣିରେ କୋଇଲା ଠାରୁ ଆରମ୍ଭ କରି ବିଭିନ୍ନ କାରଖାନାରୁ ସମଗ୍ରୀ ପରିବହନ ଆଳରେ କୋଟି କୋଟି ଟଙ୍କା ଠକେଇ କରୁଥିଲେ ଦୁଇ ଯୁବତୀ । ଉଭୟଙ୍କୁ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ସ୍ଥିତି ଉପୁଜିଛି ।
Also Read
ଅଧିକ ପଢ଼ନ୍ତୁ: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା
ଏବେ ଏମାନଙ୍କ ନାଁରେ ସାମ୍ନାକୁ ଆସୁଛି ଗୋଟିଏ ଗୋଟିଏ ତଥ୍ୟ । ଏହି ଦୁଇ ଯୁବତୀ କୋଟି କୋଟି ଟଙ୍କାର ଲୁହା ପିଲେଟ ଗାଏବ କରିଦେଉଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ପୋଲିସ ହାତରେ ଲାଗିଛି । ତେଣୁ ବାଲିମୀ ଥାନାରେ ଦୁଇଟି ମାମଲା ରୁଜୁ କରି ଜୋରଦାର ତଦନ୍ତ ଚଳାଇଛି ପୋଲସ ।
ତେବେ ଏମାନଙ୍କ ସମ୍ପର୍କରେ ଆହୁରି ସୂଚନା ମିଳିଛି ଯେ, ଏମାନେ କୁଆଡ଼େ ବଡ଼ ବଡ଼ ଗାଡ଼ିକୁ କେଉଁ ଆଡ଼େ ଉଭାନ କରିଦିଅନ୍ତି । ଯାହାର ଟେର୍ ବି ମିଳେନି, ତେଣୁ ରଶ୍ମିତା ଓ ସନ୍ତୋଷୀଙ୍କ କ୍ରାଇମ୍ ହାତ ଅନେକ ଲମ୍ବା ବୋଲି ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now