Advertisment

Subhadra Yojana: କାହିଁକି ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ହେଲେ ବଞ୍ଚିତ? କାରଣ କହିଲେ ପ୍ରଭାତୀ

ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ପାଇଁ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ୱିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ୍ କାର୍ଡକୁ ଆୟ ବର୍ଗ ଅଧିକ ଥିବାରୁ ରାସନ୍ କାର୍ଡ ଫେରାଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
subhadra

subhadra

ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କାରୁ ବଞ୍ଚିତ ହୋଇଥିବା ମହିଳା ହିତାଧିକାରୀ ପାଇଁ ବଡ ଅପଡେଟ୍‌। କାହିଁକି ସୁଭଦ୍ରା ଦ୍ୱିତୀୟ କିସ୍ତି ପାଇଲେନି ମହିଳା ହିତାଧିକାରୀ କାରଣ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ମହିଳା ହିତାଧିକାରୀ ବଞ୍ଚିତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ପରେ ହେବ ୱାନ୍ ଟୁ ୱାନ ସର୍ଭେ । ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ।

Advertisment

ଅଧିକ ପଢ଼ନ୍ତୁ: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ପାଇଁ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ୱିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ୍ କାର୍ଡକୁ ଆୟ ବର୍ଗ ଅଧିକ ଥିବାରୁ ରାସନ୍ କାର୍ଡ ଫେରାଇଛନ୍ତି।

Advertisment

ଏହି କାରଣରୁ ୧ ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡିଛି। କିଛି ମହିଳା ଗାଡ଼ି କିଣିଛନ୍ତି। ୫ ଏକର ଜମି ନଥାଇ ବି ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଏସବୁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି। ରକ୍ଷା ବନ୍ଧନ ସମୟରେ ଯେଉଁମାନେ ତାଙ୍କ ଭିତରୁ ଯୋଗ୍ୟ ହେବେ ସେହି ସମୟର ସେମାନଙ୍କ କିସ୍ତି ସେମାନଙ୍କୁ ମିଳିବ।

ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସୁଭଦ୍ରାର ଆବେଦନ ଅବଧି ରହିଛି। ୨୧ ବର୍ଷ ଯାହାକୁ ହୋଇଯିବ ସେମାନେ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମହିଳା ଦିବସରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ମିଳିଥିଲା।

ଅଧିକ ପଢ଼ନ୍ତୁ: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

Subhadra Pravati Parida
Advertisment
Advertisment