/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742373780.jpg)
Birendra Nayak's first poetry book 'Darajara Daroti' launched
ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ଲୋହିଆ ଏକାଡେମୀ ସଭାକକ୍ଷରେ ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ନିକଟରେ ମୃତ୍ୟୁବରଣ କରିଥିବା କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣଏହି ଉତ୍ସବରେ ଯୋଗ ଦେଇଥିଲେ ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, କେଦାର ମିଶ୍ର, ବିରଜା ବଳ ଓ ମଂଚମୁଖ୍ୟ ଭାବେ ଉପସ୍ଥିତ ଥିଲେ କବିଙ୍କର ବାପା ପବିତ୍ର ନାୟକ। ମଂଚ ପରିଚାଳନା କରିଥିଲେ ଯୁବକବି ବେଦପ୍ରକାଶ ନାୟକ ଓ ପ୍ରକାଶକୀୟ ଅଭିମତ ରଖିଥିଲେ ବର୍ଷା ପବ୍ଲିକେସନ୍ର ସତ୍ତ୍ୱାଧିକାରୀ କବି ବାଦଲ ମହାନ୍ତି। ଏହା ସହିତ ପ୍ରକାଶିତ କବିତା ପୁସ୍ତକରୁ କିଛି କବିତାକୁ ଆବୃତ୍ତି କରିଥିଲେ ସମଧର୍ମା କବିମାନେ।
ଏହି ଉତ୍ସବରେ ଓଡ଼ିଶାର ବହୁ କବି, ଲେଖକ, ଲେଖିକା ଓ ସାହିତ୍ୟାନୁରାଗୀ ବ୍ୟକ୍ତି ଯୋଗଦେଇ ସଭାଟିକୁ ସଫଳ କରାଇଥିବାରୁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ କବି ବୀରେନ୍ଦ୍ର ନାୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)