Advertisment

Same place Blast: ଗତବର୍ଷ ଯେଉଁଠି ବିସ୍ଫୋରଣ ହୋଇଥିଲା, ଏବର୍ଷ ବି ସେଇଠି ଫୁଟାଇଲେ

ମେ ୨୯ ୨୦୨୪ ।  ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ପାଳିତ ହେଉଥାଏ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା। ନରେନ୍ଦ୍ରରେ ଚାପ ଖେଳୁଥାନ୍ତି ଠାକୁର। ଚାରିଆଡ଼େ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ। ଏହାରି ଭିତରେ ହଠାତ୍ ମହଜୁଦ ବାଣରେ ଖସିପଡ଼ିଥିଲା ନିଆଁ ଝୁଲ। କେହି କିଛି ବୁଝିବା ଆଗରୁ ଘଟିଥିଲା ଭୟଙ୍କର ବିସ୍ଫୋରଣ ।

author-image
Saroj Kumar Jena
ଅଦ୍ୟତନ ହୋଇଛି
puri

puri

ଗତବର୍ଷର ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ୧୭ ଜୀବନ ଗଲା। ସେଦିନର ଲୁହ ଆଜି ବି ଲିଭିନି । ହେଲେ ଗତ ହୋଲିରେ ପୁଣି ବିପଦକୁ କରାଗଲା ଆମନ୍ତ୍ରଣ । ଗତବର୍ଷ ଯେଉଁ ସ୍ଥାନରେ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା, ସେହି ସ୍ଥାନରେ ପୁଣି ଥରେ ଦେଖିବାକୁ ମିଳିଛି ଖୁଲମଖୁଲା ଆତସବାଜି ପ୍ରଦର୍ଶନ। ଗତ ୧୫ତାରିଖରେ ଦୋଳଗୋବିନ୍ଦ ଲକ୍ଷ୍ମୀ ସରସ୍ବତୀଙ୍କର ନୀତି ଚାଲିଥିବା ବେଳେ ମାତ୍ରାଧିକ ବାଣ ଫୁଟିଥିଲା । ଯାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

Advertisment

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

ମେ ୨୯ ୨୦୨୪ ।  ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ପାଳିତ ହେଉଥାଏ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା। ନରେନ୍ଦ୍ରରେ ଚାପ ଖେଳୁଥାନ୍ତି ଠାକୁର। ଚାରିଆଡ଼େ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ। ଏହାରି ଭିତରେ ହଠାତ୍ ମହଜୁଦ ବାଣରେ ଖସିପଡ଼ିଥିଲା ନିଆଁ ଝୁଲ। କେହି କିଛି ବୁଝିବା ଆଗରୁ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଆଉ ତା ପରବର୍ତ୍ତୀ ସ୍ଥିତି କେତେ ଲୋମଟାଙ୍କୁରା ସେ ଦୃଶ୍ୟ ଯିଏ ଦେଖିଛି ସିଏ ବୁଝିଛି । ନିମିଷକରେ ଭକ୍ତିମୟ ପରିବେଶରେ ଖେଳିଯାଇଥିଲା ଆତଙ୍କ ଆଉ ଆର୍ତ୍ତଚିତ୍କାର । ଜଣେ ପରେ ଜଣେ ହୋଇ ଚାଲିଗଲା ୧୭ ଜଣଙ୍କ ମୃତ୍ୟୁ । ସେଦିନର ଛାତିଥରା ଘଟଣାକୁ ବର୍ଷେ ବି ପୂରିନି । ତଦନ୍ତ ଚାଲିଛି ଯେ ଚାଲିଛି। ହେଲେ ଏହାରି ଭିତରେ ନା ପ୍ରଶାସନ ଚେତିଛି ନା ସରକାର ସତର୍କ ହୋଇଛନ୍ତି । କାରଣ ଗତ ୧୫ ତାରିଖ ପୁଣି ବିପଦକୁ କରାଯାଇଥିଲା ଆମନ୍ତ୍ରଣ । ହୋଲିରେ ନରେନ୍ଦ୍ର ପୁଷ୍କରିଣୀରେ ଦୋଳଗୋବିନ୍ଦ ଲକ୍ଷ୍ମୀ ସରସ୍ବତୀଙ୍କ ନୀତି ବେଳେ ଫୁଟିଲା ମାତ୍ରାଧିକ ବାଣ । ତା ପୁଣି ଯେଉଁ ସ୍ଥାନରେ ଗତବର୍ଷ ଘଟିଥିଲା ଅଘଟଣ। ବଡ଼କଥା ହେଲା ଏଥିପାଇଁ ନା ଅନୁମତି ଥିଲା ନା ପୋଲିସ ପ୍ରଶାସନ ଖବର ରଖିଥିଲା । ତେବେ ମାତ୍ରାଧିକ ବାଣ କିଏ ଓ କାହିଁକି ଫୁଟାଇଲା ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି ।

Advertisment

ଆଜି ବି ଭୁଲିହେଉନି ମେ ୨୯ର ସେ ଭୟଙ୍କର ରାତିକୁ। ଆଖି ଆଗରୁ ଲିଭାଇ ହେଉନି ଲୋକଙ୍କ ଛଟପଟ ଚେହେରାକୁ । ଦୁଃଖଦ ଘଟଣା କାହାକୁ ଅନାଥ କରିଦେଇଛି ଆଉ କାହା ଭାଇକୁ ଛଡ଼ାଇନେଇଛି ସବୁଦିନ ପାଇଁ । ସୁଶାନ୍ତ ସାହୁଙ୍କ ଘରର ୪ଜଣଙ୍କ ମୁଣ୍ଡ ଖାଇଛି ବାଣ । ବଡ଼କଥା ହେଲା, ଆଜି ପର୍ଯ୍ୟନ୍ତ ଅଘଟଣର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୋଲିସ । ତଦନ୍ତ ରିପୋର୍ଟ ଏଯାଏଁ ଆସିନି । ଆଜି ବି ନ୍ୟାୟ ଅପେକ୍ଷାରେ ୧୭ ମୃତକଙ୍କ ପରିବାର । ସେଦିନର ଲୁହ ଶୁଖିନଥିବାବେଳେ ଏବେ ପୁଣି ଏକ ବିପଦକୁ ଆମନ୍ତ୍ରଣ କରିବାର ଦୁଃସାହସ କିଏ କଲା ସେନେଇ ତଦନ୍ତ କରିବାକୁ ଦାବି ହୋଇଛି । ସେପଟେ ଘଟଣାକୁ ଗୁରୁତର ସହ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯିବ ବୋଲି ଅଗ୍ନିଶମ ବିଭାଗ ।

ଅଧିକ ପଢ଼ନ୍ତୁ:  ନବ ଦାସଙ୍କ ହତ୍ୟା ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ୍; ମେଡ଼ିକାଲରୁ ଏୟାରପୋର୍ଟ ଯାଏଁ ତନାଘନା

Puri Narendra Pond
Advertisment
Advertisment