ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସାଲୁଜାଙ୍କ ବଡ଼ ଖୁଲାସା । ଚାଂଚଲ୍ୟକର ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । ନବ ଦାସଙ୍କ ଏକାନ୍ତ ଘନିଷ୍ଠ ଥିଲେ ସନ୍ତୋଷ ସିଂ ସାଲୁଜା ।
ରାଜସ୍ଥାନ କୋଟାରେ ଇଞ୍ଜିନିଅରିଂ ଛାତ୍ରଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ଘରେ ପହଞ୍ଚିଛି ତାଙ୍କ ମୃତଦେହ ।
ନବଦାସ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଉପରେ ପ୍ରଶ୍ନ। ସନ୍ଦେହ ଘେରରେ ରମେଶଚନ୍ଦ୍ର ଦୋରା। ବିବାଦରେ ଥିବା ସତ୍ତ୍ୱେ ତାଙ୍କୁ କାହିଁକି ଦିଆଯାଇଥିଲା ତଦନ୍ତ ଭାର ? ନବ ହତ୍ୟା ତଦନ୍ତକୁ ବାଟବଣା କରି ନାହାନ୍ତି ତ ସେ ?
ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।
ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ରବିବାହ ବିଳମ୍ବିତ ରାତିରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ।
ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।
ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ।
୨୦୨୨ରେ ବୟଫ୍ରେଣ୍ଡ ଶାରନ ରାଜଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଗ୍ରୀଷ୍ମା। ଉଭୟ ପରସ୍ପରକୁ ପ୍ରେମ କରୁଥିବା ବେଳ ଗ୍ରୀଷ୍ମା ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ।
ସିବିଆଇ ବଳପୂର୍ବକ ଭାବେ ଏହି କେସ ପଶ୍ଚିମବଙ୍ଗ ପୋଲିସ ହାତରୁ ନେଇଥିଲା। ଯଦି ଏହି କେସ କୋଲକାତା ପୋଲିସ ଅଧୀନରେ ଥାଆନ୍ତା ତେବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ଭାବେ ହୋଇଥାନ୍ତା ବୋଲି ମମତା କହିଛନ୍ତି।
ବରଗଡ଼ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିଲେ।
କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ ଆଜୀବନ ଜେଲ। କୋଲକତାର ସିଆଲଦା କୋର୍ଟ ପୂର୍ବରୁ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିସାରିଥିବା ବେଳେ ସୋମବାର ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।
କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ରକ୍ତ ଭିଜା ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି ଜଣାପଡ଼ିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି।
ସାର୍ଟ ରଙ୍ଗ ବଦଳାଯାଇଛି, ତଦନ୍ତର ଢଙ୍ଗ ବଦଳାଯାଇଛି ତାହା ,ଏବେ ତଦନ୍ତ ସାପେକ୍ଷ ହୋଇଛି। ଅନ୍ୟପକ୍ଷରେ ପୂରା ପ୍ରକ୍ରିୟା ଦେଖିଲେ ଷଡ଼ଯନ୍ତ୍ର ଗନ୍ଧ ଡହ ଡହ ବାରି ହେଉଛି।
ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ।
ହଠାତ୍ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିବା ସହ ଗିରଫ ହେବାର ଭୟ ଦେଖାଗଲେ ଆଉ ତାପରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେଲା ଲୁଟ୍ ।
ଅନୀଲ-ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ଇନ୍ଫୋସିଟି ଥାନାରେ ମାମଲା ରୁଜୁ କଲା ପୋଲିସ । ଜବତ ଫୋନ୍ ଯାଞ୍ଚ ପରେ ମିଳିଥିବା ତଥ୍ୟ ଆଧାରରେ ମାମଲା ରୁଜୁ କଲା ପୋଲିସ ।
ନିଜ ଆୟ ଅନୁସାରେ ଅଧିକ ବ୍ୟୟ କଲେ । ୯ ଲକ୍ଷ ଟଙ୍କା ଲୋନ୍ ନେବା ପରେ ଜଣେ ବ୍ୟକ୍ତି ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇଗଲେ । ନିଜ ପରିବାର ଲୋକଙ୍କୁ ଅତ୍ୟଧିକ ପରିମାଣର ନିଦ ବଟିକା ଦେଇ ଜୀବନରେ ମାରିଦେଲେ । ପରେ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେଇଥିଲେ ମଧ୍ୟ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ।
ପରିସ୍ଥିତି ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦେଉ ନଥିବାରୁ ସେମାନେ ଦୁହେଁ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସମସ୍ତେ ଧରି ନେଇଥିଲେ। କିନ୍ତୁ ଉଜମାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ କିଛି ଅଲଗା ଥିଲା। ଉଜମାଙ୍କ ଫୋନ୍ରୁ ଯେଉଁ ସମୟରେ ମେସେଜ୍ ପଠାଯାଇଥିଲା ଏହାର ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପୋଲିସର ସନ୍ଦେହ ବଢିଥିଲା।
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।
ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।
ମହିଳା ଜଣଙ୍କ ଏକ ଭଡା ଘରେ ଏକୁଟିଆ ରହୁଥିଲେ। ଗତ କିଛିଦିନ ହେବ ହୃଷିକେଶ ମହିଳା ଜଣଙ୍କ ଉପରେ ନଜର ରଖୁଥିଲା। ଗତକାଲି ରାତିରେ ମହିଳା ଜଣଙ୍କ କୌଣସି କାମ ପାଇଁ ଘର ବାହାରକୁ ଆସି ପୁଣି ଭିତର ଯାଇଥିଲା। ଏହା ଭିତରେ ଅଭିଯୁକ୍ତ ଘର ଭିତରକୁ ପଶି ଯାଇଥିଲା।
ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି।
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ପୋଲିସ୍ ବାଳସୁଧାର ଗୃହକୁ ପଠାଇ ଦେଇଛି। ଅଭିଯୁକ୍ତଠାରୁ ଗୋଟିଏ କାର୍, ୫ଟି ମୋବାଇଲ୍ ଓ ଏକ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଏଥିସହ ପୀଡ଼ିତାଙ୍କ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ବୋଲି ପୋଲିସ୍ କହିଛି।
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?