Advertisment

ଯୋଜନାବଦ୍ଧ ଥିଲା କି ନବ ଦାସଙ୍କ ହତ୍ୟା ?

ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।

author-image
Santosh Kumar Sahoo

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ରହସ୍ୟର ଯେମିତି ଅନ୍ତ ନାହିଁ । ମର୍ଡର ପ୍ଲଟ୍‌ଠୁ ନେଇ ହସ୍ପିଟାଲ ଯାଏଁ ସବୁଠି ଯେମିତି ଖାଲି ଷଡ଼ଯନ୍ତ୍ର ଆଉ ଷଡ଼ଯନ୍ତ୍ରର ଗନ୍ଧ । ୟା ଭିତରେ ସାମ୍ନାକୁ ଆସିଥିବା ତଥ୍ୟ ବି ମୁଣ୍ଡ ଘୂରେଇ ଦେଲାଭଳି । ନବଙ୍କ ରକ୍ତଭିଜା ସାର୍ଟକୁ କୁଆଡ଼େ ପୋଡ଼ି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଖାଲି ନବଙ୍କ ସାର୍ଟ ପୋଡାଯାଇନି, ଜଣେ ପ୍ରମୁଖ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ହଳଦୀରୁ ଧଳା ହୋଇଯାଇଛି । ଆଉ ସବୁଠୁ ବଡ଼ କଥା ହେଉଛି, ତଦନ୍ତରେ ଏସବୁ ଛିଦ୍ର ବାବଦରେ ଖବର ପ୍ରସାରଣ ପରେ ଆଜି ହିଁ ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ତଲବ କରୁଛି କ୍ରାଇମବ୍ରାଞ୍ଚ ।

Advertisment
Odisha Crime Branch Naba Das
Advertisment
Advertisment