Advertisment

Student Found Dead In Kota: ଇଞ୍ଜିନିଅରିଂ ପଢିବାକୁ ଯାଇଥିଲେ କୋଟା; ଘରକୁ ଫେରିଲା ମୃତଦେହ, ମୁଣ୍ଡ କଚାଡି କାନ୍ଦୁଛି ମା’...

ରାଜସ୍ଥାନ କୋଟାରେ ଇଞ୍ଜିନିଅରିଂ ଛାତ୍ରଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ଘରେ ପହଞ୍ଚିଛି ତାଙ୍କ ମୃତଦେହ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Student Found Dead In Kota

Student Found Dead In Kota

ପୁଅରେ ଉଠୁ ମ୍ୟାଗି ଖାଇବୁ...ଗରମ ଅଛି, ମୋ ପୁଅ ମ୍ୟାଗି ଖାଇବ...ଏଇ ଦେଖେ ତୋ ବଡ଼ ମା’ ବି ଆରିସା ପିଠା ଆଣିଛନ୍ତି, ଉଠ ଧନ... ତୁ କାଇଁ ଉଠୁନୁ...ତୋ ମା’ ପା ଡାକୁଛି... ରାଗିଛୁ ନା କ’ଣ... ଦେଖେ ଧନ, ତୁ କାଇଁ ଶୁଣୁନୁ...

Advertisment

ଏମିତି କହି କହି ମୁଣ୍ଡ କଚାଡି କାନ୍ଦୁଛି ଜନ୍ମକଲା ମା’ । ମଝିରେ ମଝିରେ ଚେତା ମଧ୍ୟ ଚାଲିଯାଉଛି । ଆଉ କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର । ପୁଅର ପସନ୍ଦର ଖାଦ୍ୟ ଆରିସା ପିଠା ରହିଛି ମୁଣ୍ଡ ପାଖରେ । ଯେମିତି ପାଗେଳୀ ହୋଇ ମା’ ଏବଂ ବଡ଼ମାଆ ପୁଅ ଶବକୁ ମ୍ୟାଗି ଖୁଆଉଛନ୍ତି । କେମିତି ଅବା ଧୈର୍ଯ୍ୟ ଧରି ରହିବ କୋଉ ମା’ । ଗୋଟିଏ ବୋଲି ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ସମସ୍ତେ । ରାଜସ୍ଥାନ କୋଟାରେ ଇଞ୍ଜିନିଅରିଂ ଛାତ୍ରଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ଘରେ ପହଞ୍ଚିଛି ତାଙ୍କ ମୃତଦେହ । 

ଅଧିକ ପଢ଼ନ୍ତୁ: କୋଲକାତା କାଣ୍ଡ: ଦୋଷୀ ସଞ୍ଜୟ ରାୟ ବିରୋଧରେ ରାୟ, ମଲା ଯାଏଁ ସଜା କାଟିବ ଜେଲରେ

Advertisment

ଖୁଣ୍ଟା ଥାନା ଟିଟିଆ ଗ୍ରାମର ଅଭିଜିତ ଗିରି କୋଟାରେ ରହି JEE କୋଚିଂ ନେଉଥିଲେ । ହେଲେ ହଠାତ୍‌ ସେଠାରୁ ତାଙ୍କର ମୃତ୍ୟୁ ଖବର ଘରକୁ ଆସିଥିଲା । ପୁଅ ଭଲ ପାଠ ପଢ଼ୁଥିଲା । ସେ ଜୀବନ ହାରିନି, ତାକୁ କେହି ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ସେପଟେ ମୃତଦେହ ଆଣିବାକୁ ଯାଇଥିବା ଭାଇ ଏବଂ ବାପା ମଧ୍ୟ ମେସ୍‌ରେ ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପୁଅକୁ କେହି ମାରି ଟାଙ୍ଗି ଦେଇଥିବା କୋଟା ଥାନାରେ ଅଭିଯୋଗ କରିଛନ୍ତି । 

ମୃତଦେହ ଘରେ ପହଂଚିବା ପରେ ଗୋଟିଏ ବୋଲି ପୁଅର ମୃତଦେହ ଦେଖି କେହି କୋହ ସମ୍ଭାଳି ପାରୁନାହାନ୍ତି । ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ ।

ଅଧିକ ପଢନ୍ତୁ : ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

Student Family Kota
Advertisment
Advertisment